fbpx
BSKY SKY
BSKY SKY

ଜେନେରାଲ ରାୱତଙ୍କ ସ୍ମୃତିରେ ସେନା ତରଫରୁ ଘୋଷଣା ହେଲା “ଚେୟର ଅଫ ଏକ୍ସିଲେନ୍ସ’

BSKY

ନୂଆଦିଲ୍ଳୀ: ଭାରତର ପ୍ରଥମ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ବିପିନ ରାୱତଙ୍କୁ ମନେ ପକାଉଛି ଭାରତୀୟ ସେନା । ରାୱତଙ୍କ ସ୍ମୃତିରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (ୟୁ.ଏସ.ଆଇ)ରେ “ଚେୟର ଅଫ ଏକ୍ସିଲେନ୍ସି’ ସ୍ଥାପନ କରିବା ନେଇ ଘୋଷଣା କରିଛନ୍ତି ସେନା ପ୍ରମୁଖ ଜେନେରାଲ ନରୱଣେ । ରାୱତଙ୍କ ୬୫ତମ ଜନ୍ମଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଏ ନେଇ ଘୋଷଣା କରାଯାଇଛି । ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଜେନେରାଲ ରାୱତ ।

ସୂଚନା ଅନୁଯାୟୀ, ୟୁ.ଏସ.ଆଇ ନିର୍ଦ୍ଦେଶକ ଅବସରପ୍ରାପ୍ତ ମେଜର ଜେନେରାଲ ବି.କେ. ଶର୍ମାଙ୍କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହାକୁ ଏକ ସମ୍ମାନଜନକ ରାଶି ଭାବରେ “ଚେୟର ଅଫ ଏକ୍ସଲେନ୍ସ’କୁ ପ୍ରଦାନ କରାଯିବ ବୋଲି ସେନା ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ ପ୍ରକାଶ ପାଇଛି । ଭାରତର ପ୍ରଥମ ସିଡିଏସ ବିପିନ ରାୱତଙ୍କ ସ୍ମୃତିରେ “ଚେୟର ଅଫ ଏକ୍ସଲେନ୍ସ’ ସଶସ୍ତ୍ର ବାହିନୀ ମଧ୍ୟରେ ଏକତା ଏବଂ ଅଖଣ୍ଡତା ବଜାୟ ରହିବ । ଏହି ସମ୍ମାନ ଶ୍ରୀ ରାୱତଙ୍କ ବୃତ୍ତିଗତ ଜ୍ଞାନକୌଶଳ ଏବଂ ନେତୃତ୍ୱ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ବୋଲି ସେନା ତରଫରୁ କୁହାଯାଇଛି ।

Get real time updates directly on you device, subscribe now.