fbpx
BSKY SKY
BSKY SKY

ଆଡଭାନ୍ସ ଟ୍ୟାକ୍ସ ଦେବାର ଆଜି ଶେଷ ସୁଯୋଗ, ଆସନ୍ତା ମାସରୁ ଲାଗିପାରେ ଜରିମାନା

BSKY

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ସୁଦ୍ଧ ନିଜର ଆଡଭାନ୍ସ ଟ୍ୟାକ୍ସ ଦେଇନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଶେଷ ସୁଯୋଗ । ଆଜି ଅର୍ଥାତ୍ ୧୫ ମାର୍ଚ୍ଚ ୨୦୨୨ ଆଡଭାନ୍ସ ଟ୍ୟାକ୍ସ ଦେବାର ଡେଡଲାଇନ୍ । ଏହା ପରେ ଆପଣ ଆଡଭାନ୍ସ ଟ୍ୟାକ୍ସ ଦେବାର ସୁଯୋଗ ପାଇବେ ନାହିଁ ।

ତେବେ ଆଡଭାନ୍ସ ଟ୍ୟାକ୍ସ ଟିଡିଏସଠାରୁ ଅଲଗା । ଟ୍ୟାକ୍ସ ନିୟମ ଅନୁସାରେ, ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଯେଉଁ ଲୋକମାନଙ୍କର ବାର୍ଷିକ ଟ୍ୟାକ୍ସ ୧୦,୦୦୦ରୁ ଅଧିକ ହେବ, ସେମାନଙ୍କୁ ଆଡଭାନ୍ସ ଟ୍ୟାକ୍ସ ଜମା କରିବାକୁ ପଡିବ । ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ଆଡଭାନ୍ସ ଟ୍ୟାକ୍ସର ସୀମା ମାର୍ଚ୍ଚ ୧୫ ସ୍ଥିର କରିଥିଲେ ସରକାର । ଯଦି ଆପଣ ଏପର୍ଯ୍ୟନ୍ତ ଆଡଭାନ୍ସ ଟ୍ୟାକ୍ସ ଜମା କରିନାହାଁନ୍ତି, ତେବେ ଆଜି ଆପଣଙ୍କର ଶେଷ ସୁଯୋଗ । ଯଦି ଆପଣ ଏହି ଆର୍ଥିକ ବର୍ଷ ପାଇଁ ଆଡଭାନ୍ସ ଟ୍ୟାକ୍ସ ଦେଇ ନାହାଁନ୍ତି, ତେବେ ଆପଣଙ୍କୁ ଜୁନ୍ ୧୫ ରେ ତିନିମାସ ପାଇଁ ୧% ଜରିମାନା ସହ ଜମା କରିବାକୁ ପଡିବ ।

Get real time updates directly on you device, subscribe now.