fbpx
BSKY SKY
BSKY SKY

ବିବାହ ପୂର୍ବରୁ ପତିଙ୍କ ପାଇଁ ରଖିଲେ ଏଭଳି ସର୍ତ୍ତ, ମାନିବାକୁ କରାଇଲେ ଆଗ୍ରିମେଣ୍ଟ ସାଇନ୍: ଦେଖନ୍ତୁ ଭିଡିଓ…

BSKY

ବିବାହ ସମୟରରେ ଅଜବ ଗଜବ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ଅନେକ ମଜାଦାର ଘଟଣା ଦେଖିବାକୁ ମିଳିଥାଏ ତ’ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଏହିଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବେଦୀ ଚାରିପାଖରେ ବୁଲିବା ପୂର୍ବରୁ କନ୍ୟା ବର ଠାରୁ ଆଗ୍ରିମେଣ୍ଟ କରାଇଛନ୍ତି । ଆଉ ଆଗ୍ରିମେଣ୍ଟ ପରେ ହୋଇଥିଲା ବିବାହ । ପ୍ରକୃତରେ ଏହି ଆଗ୍ରିମେଣ୍ଟରେ ଲେଖାଥିଲା କିଛି ସର୍ତ୍ତ ଯାହାକୁ ବରଙ୍କୁ ବିବାହ ପରେ ପାଳନ କରିବାକୁ ହେବ ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖାଯାଉଛି ଜଣେ କନ୍ୟା ନିଜେ ହେବାକୁ ଥିବା ପତିଙ୍କ ପାଇଁ ଏକ ଆଗ୍ରୀମେଣ୍ଟ ପେପର ଦେଖାଉଛନ୍ତି । ଏଥିରେ କିଛି ଏମିତି ସର୍ତ୍ତ ଲେଖାଥିଲା ଯାହା ବିବାହ ପରେ ବରକୁ ମାନିବାକୁ ପଡ଼ିବ । କନ୍ୟା ଅନୁଯାୟୀ ସାତ ଫେରା ପୂର୍ବରୁ ଏହି ପେପର ବରକୁ ଦସ୍ତଖତ କରିବାକୁ ହେବ ତେବେ ଯାଇ ସେ ତାଙ୍କ ସହ ବେଦୀ ପରିକ୍ରମା କରିବେ ।

ଏହି ଆଗ୍ରିମେଣ୍ଟ ରେ ରହିଥିବା ସର୍ତ୍ତ ନିଜେ କନ୍ୟା ପଢ଼ି ଶୁଣାଇଛନ୍ତି । ଆଗ୍ରିମେଣ୍ଟ ଥିଲା କିଛି ଏମିତି ସର୍ତ୍ତ, ସର୍ତ୍ତ ଅନୁଯାୟୀ ବରଙ୍କୁ ସବୁ ରାତିରେ ତାଙ୍କ ସହ ଗୀତ ଗାଇବାକୁ ପଡ଼ିବ । ତାଙ୍କୁ ୱେବ ସିରିଜ୍ ର ସ୍ପଏଲର୍ସ ଦେବେ ନାହିଁ । ଦିନରେ କମ୍ ସେ କମ୍ ତିନି ଥର ଆଇ ଲଭ ୟୁ କହିବେ । ଏତିକି ନୁହେଁ କୌଣସି କଥାରେ ରାଣ ଦେବା ପରେ ତାଙ୍କୁ ସତ କଥା କହିବେ, ଏବଂ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଭଲପାଇବେ ।

ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ କନ୍ୟାଙ୍କୁ ସ୍ମାର୍ଟ ବୋଲି କହୁଛନ୍ତି । ଜଣେ ୟୁଜର ମଧ୍ୟ କହିଛନ୍ତି ଯେ ମୁଁ ମଧ୍ୟ ଏପରି କରିପାରନ୍ତି କି? ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.