fbpx
BSKY SKY
BSKY SKY

ପୁଅଙ୍କ ସହ OTT ପ୍ଲାଟଫର୍ମରେ ଡେବ୍ୟୁ କଲେ ବଲିଉଡର ବାଦଶାହ: କହିଲେ କିଛି ତ ଘଟିବ!!

BSKY

ନୂଆଦିଲ୍ଳୀ: OTT ପ୍ଲାଟଫର୍ମରେ ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ସୁପରଷ୍ଟାର ଶାହରୁଖ ଖାନ । କେବଳ ଶାହରୁଖ ନୁହେଁ, ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ସହ ଡେବ୍ୟୁ କରି ପାରନ୍ତି । ଗତବର୍ଷ OTT ଡେବ୍ୟୁର ଏକ ଟିଜର ଭିଡିଓ ଶେୟର କରିଥିଲେ କିଙ୍ଗ ଖାନ । କିନ୍ତୁ ଏବେ ଫାଇନାଲ ଘୋଷଣା କରିବେ ବଲିଉଡର ବାଦଶାହ । ସୋଶଲ ମିଡିଆରେ Thumbd Up ଦେଖାଇ ଏକ ଫଟୋ ପୋଷ୍ଟ କରିଛନ୍ତି କିଙ୍ଗ ଖାନ ଯେଉଁଥିରେ ଲେଖାଯାଇଛି SRK + ।

ଡିଜନୀ ପ୍ଲସ ହଟଷ୍ଟାରରେ ଡେବ୍ୟୁ କରିବା ନେଇ ଯିଜର ପୋଷ୍ଟ କରିଥିଲେ ଶାହରୁଖ । ଯେଉଁଥିରୁ ,ହା ଅନୁମାନ କରାଯାଉଥିଲା ଯେ, ଖୁବ ଶୀଘ୍ର ସେ ଏକ ବଡ ଘୋଷଣା କରିପାରନ୍ତି । କିନ୍ତୁ ହଠାତ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କରେ ଫସିବା ପରେ ଏହି ପ୍ରୋଜେକ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ପୁଣି ଥରେ ଏହି ଭିଡିଓ ପୋଷ୍ଟ କରି ଫ୍ୟାନ୍ସମାନଙ୍କୁ ସରପ୍ରାଇଜ ଦେଇଛନ୍ତି କିଙ୍ଗ ଖାନ । ତେବେ ଏହି ପୋଷ୍ଟ ସହିତ ସେ ଲେଖିଛନ୍ତି, କିଛି ତ ଘଟଣା ଘଟିବ OTT ପ୍ଲାଟଫର୍ମରେ । ଶାହରୁଖଙ୍କ ପୋଷ୍ଟ ପରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ପୁଅ ଆର୍ଯ୍ୟନ ୱେବ ସିରିଜରେ ଜଣେ ଲେଖକ ଭାବେ ଡେବ୍ୟୁ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଙ୍ଗ ଖାନଙ୍କ ପୂର୍ବରୁ ସିଂଘମ ଷ୍ଟାର ଅଜୟ ଦେବଗନ, ଶାହିଦ କପୁର, ଅନିଲ କପୁର ଏବଂ ମାଧୁରୀ ଦିକ୍ଷିତ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରି ସାରିଛନ୍ତି ।

Get real time updates directly on you device, subscribe now.