fbpx

Video: ଶାଢୀ ପିନ୍ଧି ଜିମରେ ୱାର୍କ ଆଉଟ କଲେ ମହିଳା; ଭିଢିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆବର୍ଷ ପାଇଁ ଲୋକମାନେ ସଂକଳ୍ପ ବଦ୍ଧ ହୋଇ ନିଜ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଥିଲା । ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କିଛି ଲୋକ ପାର୍କରେ ଦୌଡ଼ୁଥିବାର ନଜର ଆସିଥିଲେ । ସେହିପରି କିଛି ଲୋକ ଜିମରେ ୱାର୍କ ଆଉଟ କରୁଥିବାର ନଜର ଆସିଥିଲେ । ତେବେ ଜଣେ ମହିଳା ଏହି ଭଳି ୱାର୍କ ଆଉଟ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହିଳାଙ୍କ ଭିଡିଓ ଭାଇରାଲ ହେବା ପଛରେ ଏକ କାରଣ ରହିଛି । ତେବେ ମହିଳା ଜଣକ ଶାଢୀ ପିନ୍ଧି ୱାର୍କ ଆଉଟ କରୁଥିବାର ତାଙ୍କର ଭିଡିଓଟି ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳା ନିଜକୁ ଫିଟ ରଖିବା ପାଇଁ ଶାଢୀ ପିନ୍ଧି ଏକ୍ସରସାଇଜ କରୁଥିବାର ଦେଖାଯାଇଛି ।

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳା ଶାଢୀ ପିନ୍ଧି ବ୍ୟାୟାମ କରୁଥିବା ଦେଖାଯାଉଛି । ମହିଳାଙ୍କୁ ଗୋଟିଏ ପରେ ଗୋଟିଏ ବ୍ୟାୟାମ କରୁଥିବା ଦେଖି ସମସ୍ତ ସୋସିଆଲ ମିଡିଆ ୟୁଜର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକାଂଶ ଉପଭୋକ୍ତା ମହିଳାଙ୍କୁ ସେମାନଙ୍କର ପ୍ରେରଣା ଭାବରେ ବିବେଚନା କରୁଥିବାବେଳେ କିଛି ଉପଭୋକ୍ତା ମହିଳାଙ୍କ ଏହି ପଦକ୍ଷେପକୁ ଏକ ପବ୍ଲିସିଟି ଷ୍ଟଣ୍ଟ କହିଛନ୍ତି ।

 

View this post on Instagram

 

A post shared by Reena Singh (@reenasinghfitness)

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଇନଷ୍ଟାଗ୍ରାମରେ ରୀନାସିଂହଫିଟନେସ୍ ନାମକ ଏକ ପ୍ରୋଫାଇଲରୁ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ପ୍ରଥମେ ଜଣେ ମହିଳା ଶାଢୀ ପିନ୍ଧି ବ୍ୟାୟାମ କରୁଥିବା ଦେଖାଯାଉଛି । ଯାହା ଧୀରେ ଧୀରେ ବହୁତ ବଡ ଏବଂ କଠିନ ବ୍ୟାୟାମର କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ଦେଖି କିଛି ୟୁଜର ଅତ୍ୟଧିକ ଆଶ୍ଚର୍ଯ୍ୟ ହୋଇଥିଲେ ।

ଭିଡିଓ ସେୟାର କରିବା ସହ କ୍ୟାପସନରେ ‘ଏହା ବାସ ଆରମ୍ଭ ମାତ୍ର ଲେଖାଯାଇଛି’ । ତେବେ ଭିଡିଓଟି ସୋସିଆଲ ମିଡିଆରେ ୩୭ ମିଲିୟନରୁ ଅଧିକ ଭ୍ୟୁ ପାଇଛି ଏବଂ ଏହି ଭିଡିଓଟିକୁ ୧ ମିଲିୟନରୁ ଅଧିକ ଲାଇକ୍ ମିଳିଛି । ଉପଭୋକ୍ତାମାନେ ଲଗାତାର ଭାବରେ ସେମାନଙ୍କର କମେଣ୍ଟ ଦେଉଥିବାର ଦେଖାଯାଇଛି । ଯେଉଁଠାରେ କିଛି ଲୋକ ମହିଳାଙ୍କୁ ସମାଲୋଚନା କରୁଛନ୍ତି । ଏଥି ସହିତ, ଅନେକ ଉପଭୋକ୍ତା ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.