ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୧୧ ।୧୨(ଓଡିଶା ଭାସ୍କର): ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହାକୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ ହେଉଛି http://oav.esu.in, https://oav.edusols.com/ ।

ଅନ୍ୟପଟେ ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ମଡେଲ ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଛି । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ । ଏବେ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ୨୦୨୦-୨୧ ସୁଦ୍ଧା ଆଉ ୨୭ଟି ଖୋଲିବାର ଯୋଜନା ରହିଛି । ଏଥିରେ ନାମଲେଖାର ସୁଯୋଗ ପାଇବେ ସବୁ ଜିଲ୍ଲାର ଛାତ୍ରଛାତ୍ରୀ । ସ୍କୁଲରେ ପାଠପଢା ସହ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥା ଆରମ୍ଭ ହୋଇଛି। ଖୁବଶୀଘ୍ର ରାଜ୍ୟରେ ପ୍ରତି ବ୍ଲକରେ ଏହିପରି ବିଦ୍ୟାଳୟ ର୍ନିମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରଶାସନ ଆମ୍ବଗାଁରେ ୨କୋଟି ୭୪ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ଏହି ଆଦର୍ଶ ବିଦ୍ୟାଳୟର ସ୍ଥାପନା କରାଯାଇଥିଲା । ଏହାର ଶୁଭ ଉଦଘାଟନ ଅବସରରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ‘ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏଣିକି ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବାହରକୁ ଯିବାକୁ ପଡିବ ନାହିଁ ।’

Get real time updates directly on you device, subscribe now.