fbpx

ଲିଙ୍ଗରାଜ ମନ୍ଦିର ଚାରିପଟୁ ଜାରି ରହିବ ଉଚ୍ଛେଦ : BMC କମିଶନର

ଭୁବନେଶ୍ୱର, ୧୧ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ନେଇ ଆଜି ବୈଠକ ହୋଇଥିଲା । ଆଜିଠୁ ପୁଣିଥରେ ଉଚ୍ଛେଦ କାମ ଆରମ୍ଭ ହେବ । ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବିଏମସି କମିଶନର ଏନେଇ ସୂଚନା ଦେଇଛନ୍ତି । ସେଠାରେ ଥିବା ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ । ନିଜ ଜାଗାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସ୍ଥାନୀୟ ବ୍ୟବସାୟୀ ସଙ୍ଘ, ମନ୍ଦିର ପୂଜାରୀ, ସେବାୟତ ସଙ୍ଘ ଓ ବ୍ୟବସାୟୀମାନେ ବିରୋଦ କରିବା ପରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଥଇଥାନ ବ୍ୟବସ୍ଥା କରିବା ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ବ୍ୟବସାୟୀ ସଙ୍ଘ ।

Get real time updates directly on you device, subscribe now.