fbpx

ବିନା ଆଧାର କାର୍ଡରେ ଚୁଟି କାଟିବା ମନା

ଏଣିକି ସେଲୁନ୍ ଗଲେ ଦେଖାଇବାକୁ ପଡିବ ଆଧାର କାର୍ଡ । ବିନା ଆଧାର କାର୍ଡରେ ଚୁଟି କାଟିବା ମନା । ଏଭଳି ନିୟମ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜୁନ୍ ୧ରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି ଚୁଟି କାଟିବାକୁ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ତାମିଲନାଡୁ ସରକାର ସମସ୍ତ ସେଲୁନ୍ ପାଇଁ ଏହି ନିୟମ ଲାଗୁ କରିଛନ୍ତି ।


ତେବେ ଦେଶରେ ଲାଗୁ ହୋଇଥିବା ଅନଲକ-୧ରେ ବହୁ ନିୟମକୁ କୋହଳ କରାଯାଇଛି । କରୋନା ବ୍ୟାପିବା ଭୟରେ ତାମିଲନାଡୁ ସରକାର ଏହି ନିୟମକୁ ଲାଗୁ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ମୁତାବକ, ଯଦି ଆପଣ ଚୁଟି କାଟିବାକୁ ଚାହୁଁଛନ୍ତି, ତେବେ ଆଧାରକାର୍ଡ ଦେଖାଇବାକୁ ପଡିବ । ସେଲୁନ୍ କର୍ମଚାରୀ ପ୍ରତ୍ୟେକ ଗ୍ରାହକଙ୍କ ନାମ, ଠିକଣା, ଫୋନ୍ ନମ୍ବର ଓ ଆଧାର କାର୍ଡ ନମ୍ବରର ପୁରା ତଥ୍ୟ ରଖିବେ । ଯଦି କୌଣସି ସେଲୁନରେ ଏପରି ନିୟମ ପାଳନ ନହୁଏ, ତେବେ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ପ୍ରତ୍ୟେକ ସେଲୁନ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ, ଯେଉଁଠାରେ ୮ ରୁ କମ୍ କର୍ମଚାରୀ ରହିବେ । ସମସ୍ତେ ମାସ୍କ ଓ ହାତକୁ ସାନିଟାଇଜର କରିବା ସହ ଆରୋଗ୍ୟ ସେତୁ ଆପର ଡିଟେଲ ଦେବେ । ଏହା ସହ ସେଲୁନକୁ ସଫା ସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Get real time updates directly on you device, subscribe now.