fbpx

କରୋନା ସଙ୍କଟ ମଧ୍ୟରେ ଆସାମରେ ଭୂ-ସ୍ଖଳନ, ଅତି କମରେ ୨୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲ,୨ ।୬: କରୋନା ସଙ୍କଟ ମଧ୍ୟରେ ଆସାମରେ ଅନେକ ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ଏଥିରେ ଅତି କମରେ ୨୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦକ୍ଷିଣ ଆସାମର କରିମଗଞ୍ଜ, ସିଲଚନ ଓ ହିଲାକାଣ୍ଡି ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଅଛନ୍ତି । ବର୍ତ୍ତମାନ ସମୟରେ ଏନଡିଆରଏଫ୍ ଟିମ୍ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.