ଆଧାର କାର୍ଡ ନଥିଲେ ଗୁପଚୁପ୍ ଖାଇ ପାରିବେନି! କେବଳ ପୁରୁଷ ଖାଇ ପାରିବେ, ବୟସ ୧୮ ବର୍ଷ ହେବା ଜରୁରୀ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଆପଣମାନେ କେବେ ଗୁପଚୁପ ଖାଇଛନ୍ତି? ସ୍ୱାଦିଷ୍ଟ ଗୁପଚୁପ ଖାଇବାକୁ ଝିଅମାନେ ବେଶି ପସନ୍ଦ କରନ୍ତି । ତେବେ ଯଦି କୌଣସି ଦୋକାନୀ ଗୁପଚୁପ ଖାଇବା ପୂର୍ବରୁ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବ, ତେବେ ଆପଣ ସେହି ସମୟରେ କ’ଣ ଭାବିବେ । ଦୋକାନୀ ଆପଣଙ୍କ ସହ ଥଟ୍ଟା କରୁଛନ୍ତି ବୋଲି ଆପଣ ନିଶ୍ଚିତ ଭାବେ ଭାବିନେବେ । ତେବେ ଏପରି ଏକ ଅଦ୍ଭୂତ ଭିଡିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦୋକାନୀ ନିଜକୁ ଜଣେ ଫୁଡ୍ ବ୍ଲଗର ବୋଲି ପରିଚୟ ଦେଉଛନ୍ତି । ୨୦ ଟଙ୍କାରେ ଗ୍ରାହକଙ୍କୁ ୬ଟି ଗୁପଚୁପ ଦିଆଯାଉଛି । ସବୁଠାରୁ ଖାସ୍ କଥା ହେଉଛି, ଏହି ଗୁପଚୁପ କେବଳ ପୁରୁଷମାନେ ଖାଇପାରିବେ । ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଏହା ଖାଇବାକୁ ଅନୁମତି ନାହିଁ । ଆଉ ଗୋଟିଏ ବଡ଼ କଥା ହେଉଛି ଗୁପଚୁପ ଖାଇବା ପାଇଁ ଆପଣଙ୍କୁ ନିଜର ଆଧାର କାର୍ଡ ଦେଖାଇବାକୁ ପଡ଼ିବ । ତେବେ ଦୋକାନୀଙ୍କର ଏତେସବୁ ନୀତି ନିୟମ ରହିଥିଲେ ହେଁ ଦୋକାନରେ କିନ୍ତୁ ସବୁବେଳେ ଗ୍ରାହକ ଫୁଲ୍ । ସେଠାରେ ଗୁପଚୁପ ଖାଇଲେ ଜଣେ ତୃପ୍ତ ହୋଇଯିବ ବୋଲି ଅନେକ କୁହନ୍ତି ।

ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ଦୋକାନୀ ଜଣଙ୍କ ଦୃଢ଼ତାର ସହିତ କହୁଛନ୍ତି, ‘ଏହି ଦୋକାନରୁ ଗୁପଚୁପ ଖାଇଲେ ଡାଇବେଟିସ ଓ ଶୁଗାର ସମସ୍ୟା ଦୂର ହୋଇଯିବ ।’ ତେବେ ଦୋକାନୀଙ୍କର ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ ମଜାରେ ଲେଖିଛନ୍ତି ‘ଯାହାର ମରିବାର ଅଛି ସେ ଖାଆନ୍ତୁ ।’ ସେହିପରି ଆଉ ଜଣେ ଲେଖିଛନ୍ତି ‘ଏହାକୁ ଖାଇଲେ ପେଟ ନୁହେଁ ଆଦମୀ ସାଫ ହୋଇଯିବ ।’ ତେବେ ଗୁପଗୁପ ବିକ୍ରି କରିବା ପାଇଁ ଦୋକାନୀଙ୍କର ଏହି ଅଜବ ନିୟମକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.