fbpx

ଆସନ୍ତାକାଲି ପୂର୍ବାହ୍ନ ୧୧ ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ୨ ପରୀକ୍ଷା ଫଳ । ଯେଉଁ ଆଶଙ୍କା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟକୁ ନେଇ ଲାଗି ରହିଥିଲା ତାହାର ଅନ୍ତ ଘଟିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ତେବେ ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ବାହାରୁ ବୋଲି ସମସ୍ତେ ଆଶା କରୁଛନ୍ତି । ଶିକ୍ଷାବିତ୍ ଆର ଏନ ପଣ୍ଡା କହିଛନ୍ତି କେବଳ ରେଜଲ୍ଟ ଘୋଷଣା କରି ବସିଗଲେ ହେବନି । ଏହା କିପରି ତ୍ରୁଟିଶୂନ୍ୟ ହେବା ଉଚିତ ସେ ବିଷୟରେ ଶିକ୍ଷା ବିଭାଗର ସମସ୍ତେ ଯତ୍ନବାନ ହେବା ଉଚିତ ।

ତେବେ ଛାତ୍ର ଛାତ୍ରୀ ମାନେ କେଉଁ ସାଇଟ୍ରେ ନିଜ ପରୀକ୍ଷା ଫଳ ଚେକ୍ କରିବେ ସେ ବିଷୟରେ ସୂଚନା ଦିଆଯାଇନାହିଁ । ସନ୍ଧ୍ୟା ୫ଟାରେ ଏ ବିଷୟରେ ସୂଚନା ଦିଆଯିବ । ଚଳିତ ଥର ମୂଲ୍ୟାୟନ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ହୋଇଥିଲା । ମୂଲ୍ୟାୟନ ସମୟରେ କୌଣସି ସମସ୍ୟା ହୋଇ ନ ଥିଲା କି କେହି ଅଧ୍ୟାପକ ସଂଘ ମୂଲ୍ୟାୟନ ବର୍ଜନ କରି ନ ଥିଲେ । ତଥାପି ଚଳିତ ଥର ରେଜଲ୍ଟ ବାହାରିବାରେ ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିଲେ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏହି ଗୋଟିଏ ପରୀକ୍ଷା ପରିଚାଳନା କରୁଥିବା ବେଳେ ଚଳିତ ଥର କାହିଁକି ଏତେ ବିଳମ୍ବ ହେଲା ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏଥର ସାଢେ ୩ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି ।

 

Get real time updates directly on you device, subscribe now.