fbpx

ପରିବାର ସହ ଗ୍ରୀଷ୍ମ ଛୁଟି କଟାଇବାକୁ ଶିକ୍ଷକମାନେ ଯାଇ ପାରିବେ ନାହିଁ: ବିନା ସୂଚନା ଓ ଅନୁମତିରେ ଜିଲ୍ଲା ଛାଡ଼ି ପାରିବେନି

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଓ ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶିକ୍ଷକଙ୍କର ଅବଦାନ ଅତୁଳନୀୟ । ସେଥିପାଇଁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା ସହ ଜଡ଼ିତ କିଛି ନୂଆ ନିୟମ ଲାଗୁ କରାଯାଇଥାଏ । ତେବେ ଏହା ମଧ୍ୟରେ ଶିକ୍ଷକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଗ୍ରୀଷ୍ମ ଛୁଟିରେ ଶିକ୍ଷକମାନେ ଯଦି ଛୁଟିରେ ଯିବାକୁ ପ୍ଲାନିଂ କରୁଥାନ୍ତି, ତେବେ ଏଥିପାଇଁ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ ।

ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ଆସିଛି । ସାଧାରଣ ଭାବେ ସ୍କୁଲମାନଙ୍କରେ ଗ୍ରୀଷ୍ମ ଛୁଟି ଘୋଷଣା ହେବା ପରେ ଅଧିକାଂଶ ଶିକ୍ଷକ କିଛି ନୂଆ ପ୍ଲାନିଂ କରିଥାନ୍ତି । ଛୁଟି ଥିବାରୁ ଶିକ୍ଷକମାନେ ନିଜର ପରିବାର ସହିତ କୌଣସି ନୂଆ ଜାଗାକୁ ଛୁଟି କଟାଇବାକୁ ଯିବାକୁ ଯୋଜନା କରିଥାନ୍ତି । ଏବେ କିନ୍ତୁ ସେପରି ହୋଇ ପାରିବ ନାହିଁ । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଶିକ୍ଷକମାନେ ନିଜ ଜିଲ୍ଲା ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ।

ଏନେଇ ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକଙ୍କ ପକ୍ଷରୁ କଠୋର ନିୟମ ଜାରି କରାଯାଇଛି । ବିନା ସୂଚନା ଓ ଅନୁମତିରେ ଶିକ୍ଷକମାନେ ଜିଲ୍ଲା ଛାଡ଼ି ଯାଇ ପାରିବେ ନାହିଁ । ଗ୍ରୀଷ୍ମ ଛୁଟି ସମୟରେ ଶିକ୍ଷକଙ୍କୁ ପରିବାର ସର୍ବେକ୍ଷଣ, ଡିବିଟି ଫଣ୍ଡିଂ କାର୍ଯ୍ୟରେ ଲଗାଯିବ । ପୂର୍ବରୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା କାର୍ଯ୍ୟକୁ ଏବେ ଶିକ୍ଷକଙ୍କ ଜରିଆରେ ପୂରା କରାଯିବ । ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ଶିକ୍ଷକଙ୍କୁ ଏବେ ଲାଗିଛି ବଡ଼ ଝଟକା । ନିଜର ପରିବାର ସହ ଖୁସିରେ ଛୁଟି କଟାଇବାକୁ ଯୋଜନା କରୁଥିବା ଶିକ୍ଷକମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ।

Get real time updates directly on you device, subscribe now.