fbpx
BSKY
BJD SHG SKY
BJD YOUTH SKY

ପାହାଡ଼ ତଳକୁ ଖସିଲା SUV: ୫ ଜଣଙ୍କ ମୃତ୍ୟୁ, ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଗୋଟିଏ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଜଣେ ବ୍ୟକ୍ତିଙ୍କର ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଅନ୍ୟ ଦୁଇଜଣଙ୍କର ପ୍ରାଣହାନୀ ଘଟିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ଯୁବକ ଓ ଜଣେ ଯୁବତୀ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ଡେରାଡୁନରେ ଏପରି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିଲା । ମସୁରୀ-ଡେରାଡୁନ ରୋଡ଼ର ଝଡ଼ୀପାନୀ ନିକଟରେ ଏକ ପୋର୍ଡ ଏଣ୍ଡେଭର ଏସୟୁଭି ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା । ଉକ୍ତ ଗାଡ଼ିରେ ୪ ଜଣ ଯୁବକ ଓ ୨ ଜଣ ଯୁବତୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ଯୁବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବର ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.