fbpx
BJD SKY
BJD SKY

Bihar B.Ed CET 2024: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ, ଜୁନ୍ ୨୫ରେ ହେବ ପ୍ରରୀକ୍ଷା, ଫର୍ମ ପୁରଣ କରିବା ପାଇଁ ଜାଣନ୍ତୁ ଡିଟେଲ୍ସ

BJD

ପାଟନା: ଶିକ୍ଷକତାରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିହାର B.Ed CET 2024 ପରୀକ୍ଷା ପାଇଁ ମେ’ ୩ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ବର୍ଷୀୟ ବି.ଏଡ୍‌. ମିଳିତ ପ୍ରବେଶିକ ପରୀକ୍ଷା ୨୦୨୪ ଏବଂ ଶିକ୍ଷା ଶାସ୍ତ୍ରୀ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଏବଂ ବିହାର ବି.ଏଡ୍ ପାଇଁ ଇଚ୍ଛୁକ ଆଶୟୀ ଏହି ପରୀକ୍ଷା ପାଇଁ ଯୋଗ୍ୟ ଅଟନ୍ତି । ଏହି ପରୀକ୍ଷା ପାଇଁ ଅଫିସିଆଲ ୱେବସାଇଟ୍ https://biharcetbedInmu.in ରେ ଯାଇ ଆବେଦନ କରିପାରିବେ ।

ବିହାର ସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ବିହାର B.Ed CET 2024 ପରୀକ୍ଷା ପାଇଁ ମେ ୧ ତାରିଖରୁ ମେ ୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ । ନିର୍ଦ୍ଧାରିତ ସମୟସୀମା ପରେ ଅର୍ଥାତ ମେ ୨୭ରୁ ଜୁନ୍ ୨ ତାରିଖ ମଧ୍ୟରେ ଫାଇନ୍ ସହ ଆବେଦନ ସ୍ୱିକାର କରାଯିବ । ସେହିପରି ଫର୍ମ ଏଡିଟ୍ କରିବା ଏବଂ ଆବେଦନ ଶୁଳ୍କ ପୈଠ କରିବାର ଶେଷ ତାରିଖ ହେଉଛି ଜୁନ୍ ୧ରୁ ୪, ୨୦୨୪ । ଜୁନ୍ ୧୭ରେ ଆଡମିଟ୍ କାର୍ଡ଼ ଜାରି କରାଯିବ ଏବଂ ଜୁନ୍ ୨୫ରେ ପରୀକ୍ଷା ହେବ ।

ତେବେ ଆସନ୍ତୁ ଜାଣିବା ବିହାର ବି.ଏଡ୍ ସିଇଟି ପାଇଁ କିପରି କରିବେ ଆବେଦନ

୧. ପ୍ରଥମେ ଲାପଟପ୍ କିମ୍ବା କାଫେକୁ ଯାଇ ଅଫିସିଆଲ https://biharcetbedInmu.in ୱେବସାଇଟ୍ କୁ ଯାଆନ୍ତୁ ।

୨. ଏହା ପରେ ହୋମ୍ ପେଜରେ ‘ଅନଲାଇନ୍ ରେଜିଷ୍ଟ୍ରେସନ୍‌’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ଏକ ୱିଣ୍ଡୋ ଖୋଲିବ ଯେଉଁଥିରେ ଲଗ୍ ଇନ୍ ଡିଟେଲ୍ସ ପୁରଣ କରିବା ପରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୪. ଏବେ ନ୍ୟୁ ରେଜିଷ୍ଟ୍ରେସନ୍ ବା ସାଇନ୍ ଇନ୍ ଇଫ୍ ଇଫ୍ ଅଲରେଡି ରେଜିଷ୍ଟର୍ଡ଼ ଉପରେ କ୍ଲିକ୍ କରନ୍ତୁ ।

୫. ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରିବା ସହ ଶୁଳ୍କ ପୈଠ କରନ୍ତୁ । ଏହା ପରେ ସବମିଟ୍ ଫର୍ମ ଉପରେ କ୍ଲିକ୍ କରନ୍ତୁ ।

୬. ଭବିଷ୍ୟତ ପାଇଁ ଏହି ଫର୍ମର ଏକ ହାର୍ଡ଼ କପି ଡାଉନଲୋଡ୍ କରିବା ସହ ପ୍ରିଣ୍ଟ ଆଉଟ୍ କରନ୍ତୁ ।

Get real time updates directly on you device, subscribe now.