fbpx
BJD SKY
BJD SKY

ଓଡିଶାରେ ଜୟଶଙ୍କର, କର୍ମୀଙ୍କୁ ଦେବେ ଗୁରୁଜ୍ଞାନ

BJD

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ ଆଜି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ପ୍ରୋଗ୍ରାମରେ ଯୋଗ ଦେବାର ସୂଚନା ରହିଛି । ଜୟଶଙ୍କର ଭୁବନେଶ୍ୱର ସମତେ କଟକ ଏବଂ ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦାନ ଦେବାର ପୋଗ୍ରାମ ରହିଛି ।

ଓଡିଶାରେ କିପରି ବିଜେପି ସରକାର ଗଠନ ହେବ ଏବଂ ଅଧିକ ସିଟ୍ ହାତେଇବ ସେ ସମ୍ପର୍କରେ ଆଜି ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବେ । ଆଜି ସନ୍ଧ୍ୟାରେ କଟକଠାରେ କର୍ମୀ ସମ୍ମିଳନୀ ବୈଠକରେ ଗୁରୁଜ୍ଞାନ ଦେବେ । ଏହା ସହ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା ସହ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟକ୍ରମ ରହିଛି ।

ସେପରି ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଲୋକାର୍ପଣ କରିବାର କରିବାର ପ୍ରୋଗ୍ରାମ ରହିଛି । ଅନ୍ୟପଟେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଓଡିଶା ଆସିବେ । ଜୟଶଙ୍କର ଓ କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ଆଗମନ ନେଇ ଓଡିଶାର କର୍ମୀମାନେ ବେଶ୍ ଉତ୍ସାହିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସିବା ନେଇ ସାରା ରାଜ୍ୟରେ ବିଜେପି କର୍ମକର୍ତ୍ତାମାନେ ବେଶ ଖୁସି ରହିଛନ୍ତି । ୬ ତାରିଖରେ ମୋଦିଙ୍କ ଆଗମନ ପରେ ସେ ନବରଙ୍ଗପୁର ଏବଂ ବ୍ରହ୍ମପୁର ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ଜନ ସମାରୋହରେ ଜନତାଙ୍କୁ ସମ୍ବୋଧିତ କରିବେ ଏବଂ ତା’ପରେ ଜନ ସମାବେଶରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.