fbpx
BSKY
BJD SHG SKY
BJD YOUTH SKY

(Video) ମାଗଣା ମାଲ୍ ଛାଡ଼ିବ କିଏ: ଗାଡ଼ିରୁ ଖସି ପଡ଼ିଲା ମଦ ପେଟି: ଲୋକମାନେ ଘରକୁ ବୋହିନେଲେ

ନୂଆଦିଲ୍ଲୀ: ଯେତେ ଦାମ୍ ବଢ଼ିଲେ ବି ଲୋକଙ୍କର ମଦ ପିଇବା କିନ୍ତୁ କମିନଥାଏ । ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଜାଣି ମଧ୍ୟ ଅନେକ ଲୋକ ନିୟମିତ ପ୍ରଚୁର ମଦ୍ୟପାନ କରିଥାନ୍ତି । ଏହି କୁଅଭ୍ୟାସ କାରଣରୁ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ତେବେ ଯଦି ଜଣେ ମଦପ୍ରେମୀଙ୍କୁ ମାଗଣାରେ ମଦ ମିଳିଯାଏ, ତେବେ ତାଙ୍କର ଖୁସି ନ କହିବା ଭଲ ।

ନିକଟରେ ଏଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପୁଣେ-ଇନ୍ଦୋର ରାଜପପଥରେ ଯାଉଥିବା ଏକ ଗାଡ଼ିରୁ ଦୁର୍ଭାଗ୍ୟବଶତଃ କିଛି ମଦ ପେଟି ଖସି ପଡ଼ିଥିଲା । ଏଭଳି ମଉକାକୁ ହାତଛଡ଼ା କରିବ କିଏ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ସମୟରେ ପେଟିରୁ ମଦ ବୋତଲ ଉଠାଇ ଘରକୁ ଦୌଡ଼ିଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଜଣଙ୍କର ବିପଦ ସମୟରେ ଅନ୍ୟମାନେ ମଜା ଉଠାଇବାକୁ ଜମାରୁ ହେଳା କରିନଥିଲେ ।

ଆଜିର ଦୁନିଆରେ କିଏ ଖାଇବାକୁ ପାଗଳ ତ ଆଉ କିଏ ମଦ ପିଇବାକୁ ପାଗଳ । ତେବେ ମାଗଣାରେ ମଦ ବୋତଲ ମିଳିବା ଏପରି ଲୋକଙ୍କ ପାଇଁ କୌଣସି ଉତ୍ସବ ଠାରୁ କମ୍ ନଥିଲା । ଏପରି ମାଗଣା ମଦ ଘରକୁ ବୋହିନେବା ସେମାନଙ୍କର ହୀନ ମାନସିକତାକୁ ପଦାରେ ପକାଇ ଦେଇଛି । ଗାଡ଼ିରେ ମଦ ପେଟି ତଳକୁ ଖସିପଡ଼ିବା ସମୟରେ କିଛି ବୋତଲ ମଧ୍ୟ ଭାଙ୍ଗି ରୁଜି ଯାଇଥିଲା । ରାସ୍ତାରେ ମଦ ବୋତଲ ଭାଙ୍ଗି ଖାଲି କାଚମୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.