fbpx

ଫାଇନାନ୍ସିଆଲ ଫ୍ରଡ୍ ଉପରେ ଲାଗିବ ଲଗାମ: NPCI ଆଣୁଛି ଏକ ନୂଆ ଟେକ୍ନୋଲୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନଲାଇନରେ ଫାଇନାନ୍ସିଆଲ ଫ୍ରଡ ବହୁଳ ଭାବେ ବୃଦ୍ଧି ପାଇଛି । ଠକମାନେ ଲୋକଙ୍କଠାରୁ ଅର୍ଥ ହଡ଼ପ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । ତେବେ ଏବେ ଏଥିରୁ ସମସ୍ତଙ୍କୁ ନିସ୍ତାର ମିଳିବ । ଟ୍ୟାକ୍ସ ଚୋରି ଓ ଆର୍ଥିକ ଅପରାଧ ଉପରେ ରୋକ ଲଗାଇବା ପାଇଁ ଆଧାର କାର୍ଡର ପ୍ରୟୋଗ କରାଯିବ । ଏଥିପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।

ତେବେ ଏନପିସିଆଇର ପ୍ରବନ୍ଧ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦିଲିପ ଅସବେ କହିଛନ୍ତି ଯେ, ଆଧାର କାର୍ଡର ପ୍ରୟୋଗ ନେଇ ଆସନ୍ତା ୩-୪ ବର୍ଷ ମଧ୍ୟରେ ଏକ ନୂଆ ଟେକ୍ନୋଲୋଜି ଅଣାଯିବ । ଦେଶର ନାଗରିକଙ୍କର ପ୍ୟାନ ସହିତ ଆଧାର ଲିଙ୍କ ହେବା ସହ ତାହା ବ୍ୟାଙ୍କ ଆକାଉଣ୍ଟ ସହିତ ମଧ୍ୟ କନେକ୍ଟେଡ୍ ଥାଏ । ତେଣୁ ଫ୍ରଡମାନେ ସହଜରେ ଗ୍ରାହକଙ୍କ ସମସ୍ତ ତଥ୍ୟ ହାସଲ କରି ଚୋରି କରିବାକୁ ସୁଯୋଗ ପାଇଥାନ୍ତି । ଆଧାରକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରାଯାଉଥିଲେ ହେଁ ଏଥିରେ କିଛି ପ୍ରକ୍ରିୟା ଏବେ ବି ବାକି ରହିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ଆଧାରର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି । ଯେଉଁମାନଙ୍କ ପାଖରେ ଏହି କାର୍ଡ ରହିଛି ସେମାନେ ବିଭିନ୍ନ ପ୍ରକାର ଲାଭ ଉଠାଉଛନ୍ତି । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଏହା ମହଜୁଦ୍ ରହିଛି । ମୋଦି ସରକାରଙ୍କ ଅଧିକାଂଶ ଯୋଜନାକୁ ଆଧାର ସହିତ ଲିଙ୍କ କରାଯାଇଛି । ୫୪ଟି ମନ୍ତ୍ରଣାଳୟର ପାଖାପାଖି ୩୧୧ଟି କେନ୍ଦ୍ରୀୟ କଲ୍ୟାଣ ଯୋଜନାରେ ଆଧାର କାର୍ଡର ଉପଯୋଗ କରି ଉପଭୋକ୍ତା ସିଧାସଳଖ ଲାଭ ସ୍ଥାନାନ୍ତରଣ (ଡିବିଟି)ର ଫାଇଦା ପାଇପାରୁଛନ୍ତି ।

Get real time updates directly on you device, subscribe now.