fbpx

ପାକିସ୍ତାନରୁ ପଠାଯାଇଥିଲା ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ୍, ଯାଞ୍ଚରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତକ ଗମ୍ଭୀରଙ୍କୁ ଦୁଇ ଦୁଇଥର ଆଇଏସଆଇଏସ୍ ରୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଏନେଇ କରୁଥିବା ତଦନ୍ତରୁ ଏକ ବଡ଼ କଥାର ଖୁଲାସା କରିଛି । ଗୌତମ ଗମ୍ଭୀରଙ୍କ ପାଖକୁ ଏହି ଜୀବନରୁ ମାରିଦେବା ନେଇ ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ପଠାଯାଇଛି । ଏହି ଇମେଲ୍ ଯେଉଁ ସିଷ୍ଟମ୍ ରୁ ପଠାଯାଇଛି ତାର ଆଇପି ଆଡ୍ରେସ୍ ପାକିସ୍ତାନରେ ମିଳିଛି ।

ସୂଚନା ଯେ, ଦିଲ୍ଲୀ ପୋଲିସ୍ ଇମେଲ୍ ସମ୍ପର୍କିତ ତଥ୍ୟ ଗୁଗୁଲକୁ ମାଗିଥିଲେ । ଗୁଗୁଲ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି । ଏହା ମୁତାବକ, ଗୌତମ ଗମ୍ଭୀରଙ୍କ ପାଖକୁ ପାକିସ୍ତାନରୁ ଇମେଲ୍ ପଠାଯାଇଛି । ଆଇପି ଆଡ୍ରେସ୍ ମଧ୍ୟ ପାକିସ୍ତାନର ହୋଇଥିବା ଗୁଗୁଲ କହିଛି ।

କେବଳ ଗୌତମଙ୍କ ପାଖକୁ ନୁହେଁ ବରଂ ଅନ୍ୟ କିଛି ଜଣଙ୍କ ପାଖକୁ ମଧ୍ୟ ଏପରି ଆଇଏସଆଇଏସ୍ ନାମରେ ଇମେଲ୍ ଆସିଛି । ଏହି ପୂରା ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ୍ କରୁଛି । ତେବେ ରିପୋର୍ଟ ମୁତାବକ, ଦ୍ୱିତୀୟ ମେଲରେ ଲେଖାଯାଇଛି, “ଆମେ ତୁମକୁ ମାରିବାକୁ ଚାହୁଁଛୁ, କିନ୍ତୁ ତୁମେ କାଲି ବଞ୍ଚିଯାଇଥିଲ । ଯଦି ତୁମେ ଓ ତୁମ ପରିବାରକୁ ଭଲ ପାଉଛ ତେବେ ରାଜନୀତି ଓ କାଶ୍ମୀର ପ୍ରସଙ୍ଗ ଠାରୁ ଦୂରେଇ ରୁହ” । ଖାଲି ସେତିକି ନୁହେଁ ଏହି ଇମେଲ୍ ରେ ଗମ୍ଭୀରଙ୍କର ଘର ବାହାରର ଭିଡିଓ ଶୁଟିଂ କରି ପଠାଯାଇଛି । ମଙ୍ଗଳବାର ଦିନ ମଧ୍ୟ ଇମେଲ୍ ପଠାଯାଇଥିଲା ।

Get real time updates directly on you device, subscribe now.