fbpx

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସୋନପୁର ସାମିଲ, ୩୦୦ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ସୋନପୁର(ଓଡିଶା ଭାସ୍କର) : ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହୋଇଛି ସୋନପୁର । ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ଲକ୍ଷ ୫୩ ହଜାର ୯ ଶହ ଦୁଇ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ କିଛି ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରିଛନ୍ତି । ଏହି କାର୍ଡ ଯୋଗୁଁ ଜିଲ୍ଲା ୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ଏହା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦୦ କୋଟି ଟଙ୍କା ପ୍ରକଳ୍ପର ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଜିଲ୍ଲା ପାଇଁ ୩୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କରି ମୁଁ ବହୁତ ଖୁସି । ଜଳସେଚନ ଓ ସ୍ୱାସ୍ଥ୍ୟସେବା ଉପରେ ସରକାରଙ୍କ ଲକ୍ଷ୍ୟ ରହିଛି । ଏଭଳି ସ୍ବାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ମୁଁ ଚାହେଁ- ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ। ସମସ୍ତେ ସୁସ୍ଥ ରହି ନିଜ ପରିବାର ଓ ରାଜ୍ୟ ପାଇଁ କାମ କରନ୍ତୁ।’ ତେବେ ସଦର ମହକୁମା କୁଞ୍ଜ ଛକ ନିକଟରେ ନବ ନିର୍ମିତ ଟାଉନ ହଲରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭା ବେହେରା ଓ ଶ୍ରମ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ କରିଛନ୍ତି ।

Get real time updates directly on you device, subscribe now.