fbpx
BJD SKY
BJD SKY

ସମସ୍ତ ବିଶ୍ୱବିଦ୍ୟାଳୟକୁ UGC ନିର୍ଦ୍ଦେଶ: ଛାତ୍ରଛାତ୍ରୀଙ୍କର ଡିଗ୍ରୀ ଓ ପ୍ରୋଭିଜନାଲ ସାର୍ଟିଫିକେଟରେ ରହିବନି ଆଧାର ନମ୍ବର

BJD

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ଏଣିକି ଛାତ୍ରଛାତ୍ରୀଙ୍କର ଡିଗ୍ରୀ ଓ ପ୍ରୋଭିଜନାଲ ସାର୍ଟିଫିକେଟରେ ଆଧାର କାର୍ଡ ନମ୍ବର ରହିବନି । ଛାତ୍ରଛାତ୍ରୀଙ୍କର ବ୍ୟକ୍ତିଗତ ତଥ୍ୟକୁ ସାର୍ବଜନିନ ନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସାର୍ଟିଫିକେଟ ଉପରେ ଆଧାର କାର୍ଡ ନମ୍ବର ପ୍ରିଣ୍ଟ ନ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରମାନେ ନିଯୁକ୍ତି ଓ ନାମଲେଖା ସମୟରେ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଡିଗ୍ରୀ ଓ ଅସ୍ଥାୟୀ ସାର୍ଟିଫିକେଟରେ ପୂର୍ଣ୍ଣ ଆଧାର ସଂଖ୍ୟା ମୁଦ୍ରିତ କରିବା ପାଇଁ ବିଚାର କରୁଛନ୍ତି । ଏହା ଫଳରେ କୌଣସି ନିଯୁକ୍ତି ପ୍ରକ୍ରିୟାର ଡକ୍ୟୁମେଣ୍ଟ ଭେରିଫିକେସନ ସହଜ ହେବା ସହ ନକଲି ଡିଗ୍ରୀକୁ ମଧ୍ୟ ସହଜରେ ଚିହ୍ନଟ କରାଯାଇଥାଏ ।

ତେବେ ଏଣିକି କୌଣସି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟରେ ଆଧାର ନମ୍ବର ଛପାଯିବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ୟୁଜିସିର ଅଫିସିଆଲ ୱେବସାଇଟରେ ଏ ସମ୍ବନ୍ଧରେ ନୋଟିସ୍ ଜାରି କରାଯାଇଛି । ଡିଗ୍ରୀ ଓ ଅସ୍ଥାୟୀ ସାର୍ଟିଫିକେଟରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବରକୁ ଛପାଯିବା ନେଇ ଅନୁମତି ନାହିଁ । ଯେ ପର୍ଯ୍ୟନ୍ତ ନମ୍ବରକୁ ଉଚିତ ପ୍ରକ୍ରିୟାରେ ସଂଶୋଧନ ବା ବ୍ଲାକ ଆଉଟ୍ କରାଯାଇନାହିଁ, ସେ ପର୍ଯ୍ୟନ୍ତ କୌଣସି ଡାଟାବେସ ବା ରେକର୍ଡକୁ ସାର୍ବଜନିନ କରାଯାଇ ପାରିବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.