fbpx

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ନିଯୁକ୍ତି ସୁଯୋଗ: ବିନା ପରୀକ୍ଷାରେ ମିଳିପାରିବ ଚାକିରି

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଚାକିରି କରିବାକୁ ଚାହୁଥିବା ଯୁବକଙ୍କ ପାଇଁ ବଡ଼ ସୁଯୋଗ । ଏହି ଚାକିରି ପାଇଁ ଗ୍ରାଜୁଏଟ ଆପ୍ରେଣ୍ଟିସର ବିଭିନ୍ନ ପଦ ଏବଂ ଡିପ୍ଲୋମା ଆପ୍ରେଣ୍ଟିସର ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀ ଏଏଆଇର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ରହିଛି ।

ସମୁଦାୟ ୬୩ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ଏଏଆଇ । ଆଶାୟୀଙ୍କ ପାଖରେ ଏଆଇସିଟିସି ଭାରତ ସରକାରଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ ସଂସ୍ଥାରୁ ଇଞ୍ଜିନିୟରିଂରେ ୪ ବର୍ଷର ଫୁଲ ଟାଇମ ରେଗୁଲାର କୋର୍ସ କିମ୍ବା ୩ ବର୍ଷର ଡିପ୍ଲୋମା କରିଥିବା ଆବଶ୍ୟକ । ଚୟନ ପ୍ରକ୍ରିୟା ପରେ ଗ୍ରାଜୁଏଟ ଆଶାୟୀଙ୍କୁ ୧୫୦୦୦ ପ୍ରତିମାସ ଏବଂ ଡିପ୍ଲୋମା ଆଶାୟୀଙ୍କୁ ୧୨୦୦୦ ପ୍ରତିମ ମାସର ଦରମା ମିଳିବ । ସଂପୂର୍ଣ୍ଣ ତଥ୍ୟ ପାଇଁ ଏହି ଲିଙ୍କରେ ଯାଇପାରିବେ https://www.aai.aero/sites/default/files/examdashboard_advertisement/AAI%20RHQ%20WR%20ADVERTISEMENT%20FOR%20GRADUATE%20AND%20DIPLOMA%20APPRENTICES%20FY%202021%2022.pdf

 

 

Get real time updates directly on you device, subscribe now.