fbpx

ମା’ ହେବାକୁ ଯାଉଛନ୍ତି ସ୍ୱରା ଭାସ୍କର! ଇଣ୍ଟରଭ୍ୟୁରେ କଲେ ଖୁଲାସା

ମୁମ୍ବାଇ: ଫିଲ୍ମରେ ନିଜର ଦମଦାର ଆକ୍ଟିଂ ଯୋଗୁଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ରିୟଲ ଲାଇଫରେ ବି ବୋଲ୍ଡ ଷ୍ଟେଟମେଣ୍ଟ୍ ବା ମନମୁଖି ବୟାନ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ସିଙ୍ଗଲ ଲାଇଫ୍ ଉପଭୋଗ କରୁଥିବା ସ୍ୱରା ଖୁବଶୀଘ୍ର ଏକ ପୋଷ୍ୟସନ୍ତାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଆଇନଗତ ପ୍ରକ୍ରିୟାକୁ ମଧ୍ୟ ସ୍ୱରା ଆଗକୁ ବଢ଼ାଇଛନ୍ତି ।

ନିଜର ଏକ ଇଣ୍ଟରଭ୍ୟୁ ସମୟରେ ପରିବାର ଓ ଛୁଆକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସ୍ୱରା । ଏହଳା ସହ କହିଥିଲେ ଯେ, ଦେଶରେ କେତେ ଲକ୍ଷ ଏପରି ଶିଶୁ ଅଛନ୍ତି, ଯେଉଁମାନେ ଅନାଥ ଆଶ୍ରମରେ ରହୁଛନ୍ତି । ସେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପ୍ରକ୍ରିୟାକୁ ଆରମ୍ଭ କରିବା ସହିତ ଅନେକ ଦମ୍ପତ୍ତିଙ୍କୁ ଭେଟିଛନ୍ତି, ଯେଉଁମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।

ଆଲୋଚନାରେ ସ୍ୱରା କହିଛନ୍ତି ଯେ, ‘ମୁଁ ସବୁବେଳେ ପରିବାର ଓ ଛୁଆ ପାଇଁ ଇଚ୍ଛା କରୁଛି । ମୋତେ ଲାଗୁଛି କି ପୋଷ୍ୟ ସନ୍ତାନ ଏକମାତ୍ର ଉପାୟ, ଯାହାଦ୍ୱାରା ମୁଁ ମୋ ସ୍ୱପ୍ନକୁ ପୂରଣ କରିପାରିବି । ମୁଁ ଭାଗ୍ୟଶାଳୀ, କାରଣ ଆମ ଦେଶରେ ସିଙ୍ଗଲ ମହିଳାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ଦିଆଯାଉଛି । ମୁଁ ଏହି ସମୟରେ ଅନେକ ଦମ୍ପତ୍ତିଙ୍କୁ ଭେଟିଛି, ଯେଉଁମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।’

 

View this post on Instagram

 

A post shared by Swara Bhasker (@reallyswara)

Get real time updates directly on you device, subscribe now.