fbpx

ଭାରତର ସୁବୁଠୁ ବଡ଼ ଏୟାରପୋର୍ଟ: ଶିଳାନ୍ୟାସ କଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହା ଉତ୍ତରପ୍ରଦେଶରେ ରାଜ୍ୟର  ପଞ୍ଚମ ବିମାନ ବନ୍ଦର ହେବ । ଏହି ବିମାନବନ୍ଦର ହେବା ପରେ ଉତ୍ତରପ୍ରଦେଶ ଦେଶର ଏକମାତ୍ର ରାଜ୍ୟ ହେବ ଯେଉଁଠି ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗୀଙ୍କୁ କର୍ମଯୋଗୀ ବୋଲି କହିବା ସହ ରାଜ୍ୟରେ ହୋଇଥିବା ବିକାଶର ପ୍ରଶଂସାର କରିଛନ୍ତି ।

୨୦୨୪ସୁଦ୍ଧା  ବିମାନ ବନ୍ଦର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ନିର୍ମାଣ ଲାଗି ୮ହଜାର ୯୧୪କୋଟି ଟଙ୍କା ବ୍ୟୟବରାଦ ରହିଛି  । ୧୩ଶହ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ହେବ ଏହି ବିମାନବନ୍ଦର  । ଏନେଇ ପ୍ରତିବର୍ଷ ୧କୋଟି ଯାତ୍ରୀ ଉପକୃତ ହେବେ  । ସେପଟେ ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ରୋଜଗାର କ୍ଷମତା ବଢ଼ାଇବାରେ ସହାୟକ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ କହିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ଓ ଦୁରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

Get real time updates directly on you device, subscribe now.