fbpx

କୋହଲି-ରୋହିତ ନୁହନ୍ତି ଏହି ଖେଳାଳି ବିନା ହିଁ ଭାରତୀୟ ଦଳ ଅଧୁରା- ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ସେମି ଫାଇନାଲରେ ପ୍ରବେଶ କରିବାକୁ ଭାରତର ସଂଘର୍ଷ ଜାରି ରହିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ପରେ ବିରାଟ ବାହିନୀ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିପକ୍ଷରେ ଲଗାତାର ବିଶାଳ ବିଜୟ ହାସଲ କରିଛି । ହେଲେ ଦଳର ଭାଗ୍ୟ ଏବେ ଆଫଗାନିସ୍ତାନ ହାତରେ ରହିଛି । ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ନଭେମ୍ବର ୭ ତାରିଖ ଅର୍ଥାତ ରବିବାର ଖେଳାଯିବ । ଶେଷ ଦୁଇଟି ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲର ନିଜର ଦମ ଦେଖାଇଛନ୍ତି । ହେଲେ ଭାରତୀୟ ଦଳର ଏମିତି ଜଣେ ଖେଳାଳି ଯିଏ ଦଳର ପ୍ରତିଟି ବିଜୟ ପାଇଁ ପୂରା ଉଦ୍ୟମ କରିଛନ୍ତି । ଆଉ ସେହି ଖେଳାଳି ହେଉଛନ୍ତି ଯଶପ୍ରୀତ ବୁମରା । ସେ ପ୍ରତିଟି ମ୍ୟାଚରେ ନିଜ ବୋଲିଂରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ଗତ ଦୁଇଟି ବିଶାଳ ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଏହି କାରଣରୁ ଭାରତର ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରାଙ୍କ ମତରେ, ବୁମରାଙ୍କ ବିନା ବିରାଟ କୋହଲିଙ୍କ ଦଳ ଅଧୁରା ।

ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରି ଆକାଶ ଚୋପ୍ରା କହିଛନ୍ତି, ଯଦି ଦଳରୁ ଏମିତି ଜଣେ ଖେଳାଳିଙ୍କୁ ବାଦ୍ ଦିଆଯାଏ ତେବେ ଏହି ଦଳ ପୂରା ଅଧା ନଜର ଆସୁଛି । ଆଉ ସେହି ଖେଳାଳି ରୋହିତ, ରାହୁଲ କି କୋହଲି ନୁହନ୍ତି ବରଂ ଯଶପ୍ରୀତ ବୁମରା । ବୁମରା ଆମର ବୀମା ପଲିସି। ସେ ଭାରତକୁ ଦମଦାର ଆରମ୍ଭ ଦେଉଛନ୍ତି । ବୁମରା ସଂପ୍ରତି ଟୁର୍ଣ୍ଣାମେଣ୍ଟରେ ୟର୍କର ଫିଙ୍ଗୁଛନ୍ତି ନଚେତ୍ ଧିମା ଗତିରେ ବଲ୍ ଫିଙ୍ଗୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ତାଙ୍କ ପାଇଁ ଚମକ୍ରାର ରହିଛି ।

ବୁମରା ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ୩.୪ ଓଭର ବୋଲିଂ କରି ମାତ୍ର ୧୦ ରନ ଦେଇ ୨ ବଡ ୱିକେଟ୍ ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ୟର୍କର କିଙ୍ଗ ନାମରେ ପ୍ରସିଦ୍ଧ ବୁମରାଙ୍କ ପ୍ରଦର୍ଶନ ଦମଦାର ରହିଛି । ସେ ଏ ପର୍ଯ୍ୟନ୍ତ ୫ ୱିକେଟ୍ ନେଇ ସାରିଛନ୍ତି । ଭାରତର ଏହି ଦ୍ରୁତ ବୋଲରଙ୍କ ଇକୋନୋମି ୬ ତଳେ ରହିଛି । ଭାରତ ସ୍କଟଲାଣ୍ଡକୁ ବିଶାଳ ବ୍ୟବଧାନରେ ହରାଇ ସେମି ଫାଇନାଲ ଆଶା ଉଜ୍ଜୀବିତ ରଖିଛି । ଦଳ ନିଜର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୮ରେ ନାମିବିୟା ବିପକ୍ଷରେ ଖେଳିବ ।

Get real time updates directly on you device, subscribe now.