fbpx

ଆକାଶ ପାଠକ ମାମଲା: ଏପ୍ରିଲ ୧୬ରେ ଶୁଣାଣି

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ହାଇକୋର୍ଟରେ ଆକାଶ ପାଠକଙ୍କ ଅଧିକାର କ୍ଷୁଣ୍ଣ ମାମଲାରେ ଓକିଲଙ୍କ ସହ ମୁଲାକାତ ପାଇଁ ଅନ୍ତରୀଣ ଅନୁମତି ଦେଇଛନ୍ତି କୋର୍ଟ । ଗୁରୁତ୍ୱ ଦୃଷ୍ଟିରୁ ବିସ୍ତୃତ ଶୁଣାଣି ପାଇଁ ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟ ସରକାର, ଜେଲ ଡିଜି ଓ ଆଇନସେବା ପ୍ରାଧିକରଣକୁ ନୋଟିସ ପଠାଯାଇଛି । ଜେଲରେ ଅନ୍ତେବାସୀଙ୍କ ପାଇଁ ଥିବା ସୁବିଧା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୧୬ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ତେବେ ଆକାଶ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ୍‌ ନାମକ ସଂସ୍ଥାକୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଥିଲା। ସ୍କାଏ କିଙ୍ଗ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କାଏ କିଙ୍ଗ୍‌କୁ ଆକାଶ ୬୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

Get real time updates directly on you device, subscribe now.