fbpx

ଅମିର ଖାନ ଓ ଅନୁଷ୍କା ଶର୍ମା UPSC ପରୀକ୍ଷା-୨୦୨୨ରେ ବାଜି ମାରିଲେ

ନୂଆଦିଲ୍ଲୀ: ଗତକାଲି ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ୨୦୨୨ର ରେଜଲ୍ଟ ପ୍ରକାଶିତ ହୋଇଥିଲା । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ପ୍ରଥମ ସ୍ଥାନରେ ଇଶିତା କିଶୋର, ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥୀ ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ରହିଛନ୍ତି । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ୟୁପିଏସସି ପରୀକ୍ଷା ୨୦୨୨ରେ ଅମିରଙ୍କୁ ୧୫୪ତମ ରାଙ୍କ ଓ ଅନୁଷ୍କାଙ୍କୁ ୨୦ତମ ରାଙ୍କ ମିଳିଛି । ଦୁହେଁ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହୋଇ ଦେଶର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଦୁହେଁ କିପରି ପ୍ରସ୍ତୁତି କରୁଥିଲେ ସେନେଇ ବର୍ଣ୍ଣନା କରିଛନ୍ତି । ୟୁପିଏସସି ଭଳି ଏକ କଠିନ ତଥା ସମ୍ମାନଜନକ ପରୀକ୍ଷାରେ ପାସ୍ କରିବା ପରେ ଦୁହିଁଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ତେବେ ଯେଉଁ ଦୁଇଜଣ ପ୍ରାର୍ଥୀ ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳ ହୋଇଛନ୍ତି ସେମାନେ ବଲିଉଡ କଳାକାର ଅମିର ଖାନ ଓ ଅନୁଷ୍କା ଶର୍ମା ନୁହନ୍ତି । ଅମିର ବାନ୍ଦାରେ ରହୁଥିବା ବେଳେ ଅନୁଷ୍କା ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଛନ୍ତି । ଅମିର ଏକ ସାଧାରଣ ପରିବାରରୁ ଆସିଥିବା ବେଳେ ସେ ଆଲିଗଡ଼ ମୁସଲିମ ୟୁନିଭରସିଟିରୁ ବି.ଟେକ କରିଥିଲେ । ଅନୁଷ୍କାଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ନିଜ ପରିବାର ସହିତ ଇନ୍ଦୋରରେ ରହୁଛନ୍ତି । ସେ ଦି ସିଟି ୟୁନିଭରସିଟି ଅଫ୍ ନ୍ୟୁୟର୍କରୁ ଗ୍ରାଜୁଏସନ କରିଛନ୍ତି । ନିଜର ତୃତୀୟ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି । ତେବେ ଝିଅର ଏହି ସଫଳତାକୁ ନେଇ ତାଙ୍କର ପିତାମାତା ନିଜକୁ ବେଶ୍ ଗୌରବାନ୍ୱିତ ମନେ କରୁଛନ୍ତି ।

Get real time updates directly on you device, subscribe now.