fbpx
BSKY
BJD MC SKY
BJD MS SKY

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ: ହୋମଗାର୍ଡ, ଡ୍ରାଇଭର ମୃତ

ବୌଦ୍ଧ: ପୋଲିସ ଗାଡ଼ିକୁ ଏକ ଟ୍ରକ ପିଟିବା କଥା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏକ ପ୍ରାଇଭେଟ ବୋଲେରୋରେ ପୋଲିସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ବୋଲେରୋକୁ କଟକରୁ ଭଡ଼ା କରି ନିଆଯାଉଥିଲା । ଦୃତଗତିରେ ଯାଉଥିବା ଟ୍ରକ କମଳପୁର ଛକରେ ଏପରି ଧକ୍କା ଦେଇଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କମଳପୁର ଛକରେ ଏକ ଟ୍ରକ ଦୃତ ଗତିରେ ଆସୁଥିବା ବେଳେ ପୋଲିସ ଗାଡିକୁ ପିଟିଦେଇଛି । ଏଥିରେ ପୋଲିସ ବୋଲେରୋଟି ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବୋଲେରୋର ସାମ୍ନା ପଟ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଅନ୍ୟପଟେ ଟ୍ରକଟି ବୋଲେରୋକୁ ପିଟି ଏକ ଗଛରେ ମାଡ କରି ଠିଆ ହୋଇଛି । ଏହି ଦୁର୍ଘଟଣାରେ ହୋମଗାର୍ଡଙ୍କ ସହ ବୋଲେରୋ ଡ୍ରାଇଭରର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏଏସଆଇ ଓ ଅନ୍ୟଜଣେ ହୋମଗାର୍ଡ ମଧ୍ୟ ଗୁରୁତର ଅଛନ୍ତି ।

ଘଟଣାସ୍ଥଳରେ ଗୁରୁତର ଏଏସଆଇ ଓ ହୋମଗାର୍ଡ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ ଟ୍ରକର ଡ୍ରାଇଭର ଓ ହେଲପର୍ ଫେରାର ଅଛନ୍ତି । ଦୁଇ ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇ ଶବଭ୍ୟଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.