fbpx

UPSC ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀଙ୍କ ପ୍ରଦର୍ଶନ କିପରି ରହିଛି: କିଏ କେତେ ରାଙ୍କ ପାଇଲା, ଜାଣନ୍ତୁ ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷା ୨୦୨୨ର ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥୀ ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ରହିଛନ୍ତି । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ତେବେ ଚଳିତ ବର୍ଷ ଓଡ଼ିଶାରୁ ୨୬ ଜଣ ପ୍ରାର୍ଥୀ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି । ଏଥର ରାଜ୍ୟର ଥରୁନ ପଟ୍ଟନାୟକ ମାଦଳା ୩୩ତମ ସ୍ଥାନ ହାସଲ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ନାଉଗାଁର ଅନୁପ ଦାସ ୩୮ତମ ରାଙ୍କ ହାସଲ କରିଛନ୍ତି । ସେହିପରି ପ୍ରଣୀତା ଦାସ ୪୨ତମ ରାଙ୍କ ହାସଲ କରିଥିବା ଅର୍ଣ୍ଣବ ମିଶ୍ର ୫୬ତମ ରାଙ୍କ ହାସଲ କରିଛନ୍ତି । ଦୀକ୍ଷିତା ଯୋଶୀ ୫୮ତମ ରାଙ୍କ ହାସଲ କରିଥିବା ବେଳେ କୃତିକା ମିଶ୍ର ଓ କସ୍ତୁରୀ ପଣ୍ଡା ୬୭ତମ ରାଙ୍କ ହାସଲ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପଲ୍ଲବୀ ମିଶ୍ର ୭୩ତମ ସ୍ଥାନରେ ରହିଥିବା ବେଳେ ପ୍ରଶାନ୍ତ ରାଜ ୯୭ତମ ରାଙ୍କରେ ରହିଛନ୍ତି । ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ତମ ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬ତମ ସ୍ଥାନରେ ରହିଛନ୍ତି । ସୋନାଲି ମିଶ୍ର ୧୪୦ତମ ରାଙ୍କରେ ରହିଥିବା ବେଳେ ଦୁର୍ଗାପ୍ରସାଦ ଅଧିକାରୀ ୧୬୨ତମ ସ୍ଥାନରେ ରହିଛନ୍ତି । ଏସ.ଏସ ଖୁଣ୍ଟିଆ ୨୪୮ତମ ସ୍ଥାନରେ ରହିଥିବା ବେଳେ ସତ୍ୟପ୍ରକାଶ ମିଶ୍ର ୨୬୧ତମ ସ୍ଥାନରେ ରହିଛନ୍ତି । ଆୟୁଷୀ ପ୍ରଧାନ ୩୩୪ତମ ସ୍ଥାନରେ ରହିଥିବା ବେଳେ ଦିବ୍ୟା ଜୈନ ୩୬୩ତମ ସ୍ଥାନରେ ରହିଛନ୍ତି ।

କୃତିକା ମିଶ୍ର ୪୦୧ତମ ସ୍ଥନରେ ରହିଥିବା ବେଳେ ରଶ୍ମୀ ପ୍ରଧାନ ୪୦୫ତମ ସ୍ଥାନରେ ରହିଛନ୍ତି । ତେଜସ୍ୱୀ ବେହେରା ୫୧୬ତମ ସ୍ଥାନରେ ରହିଥିବା ବେଳେ ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ତମ ସ୍ଥାନରେ ରହିଛନ୍ତି ଶୁଭସ୍ନିଗ୍ଧା ସେଠୀ ୬୮୦ତମ ସ୍ଥାନରେ ରହିଥିବା ବେଳେ ଶୁଭମ ମିଶ୍ର ୬୮୮ତମ ସ୍ଥାନରେ ରହିଛନ୍ତି । ନିବେଦିତା ୮୪୮ତମ ସ୍ଥାନରେ ରହିଥିବା ବେଳେ ବୀରେନ୍ଦ୍ର କୁମାର ୮୫୪ତମ ସ୍ଥାନରେ ଓ ଏମ.ଜେ ଦାସ ୮୮୧ତମ ସ୍ଥାନରେ ରହିଛନ୍ତି । ରାଜ୍ୟର ସମସ୍ତ ସଫଳ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଣାଇଛନ୍ତି ।

Get real time updates directly on you device, subscribe now.