fbpx
BJD
BJD SKY
BJD SKY

ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୩ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ଆଜି ପୁଣି ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ପପୁଲାର ଟିଭି ସିରିୟଲ ‘ସାରାଭାଈ ଭର୍ସେସ ସାରାଭାଈ’ର ଫେସ ଅଭନେତ୍ରୀ ବୈଭବୀ ଉପାଧ୍ୟାୟ ଆଉ ନାହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀଙ୍କର ମୃତ୍ୟୁ ଘଟିଛି । ନିୟନ୍ତ୍ରଣ ହରାଇ ଅଭିନେତ୍ରୀଙ୍କ କାର ଏକ ଖାଇ ମଧ୍ୟକୁ ପଶିଯାଇଥିଲା । ଅଭିନେତ୍ରୀଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ବୈଭବୀ ନିଜର ମଙ୍ଗେତରଙ୍କ ସହିତ କାରରେ ଆସୁଥିବା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଳା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ କଣ୍ଟ୍ରୋଲ ହରାଇବାରୁ କାରଟି ଖାଇ ଭିତରକୁ ପଶିଯାଇଥିଲା । ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବୈଭବୀଙ୍କ ମୃତ୍ୟୁ ଖବର ପାଇ ସ୍ତବ୍ଧ ହୋଇଯିବା ସହିତ ଏନେଇ ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରି ଫଟୋ ଶେୟାର କରିଛନ୍ତି । ବୈଭବୀଙ୍କର ମୃତ୍ୟୁକୁ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି ରୁପାଲି ପୋଷ୍ଟ ଶେୟାର କରିଛନ୍ତି । ସେହିପରି ଅଭିନେତ୍ରୀଙ୍କ ମୃତ୍ୟୁରେ ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଜେ.ଡି ମଜୀଠିଆ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.