fbpx

ଏଲନ୍ ମସ୍କଙ୍କ ‘ଏକ୍ସ’ ନୁହେଁ, ଇନଷ୍ଟାଗ୍ରାମକୁ ବେଷ୍ଟ କହିଲେ ମହେନ୍ଦ୍ର ସିଂହ ଧୋନୀ, ଭାଇରାଲ ହେଉଛି ଭିଡିଓ

Advertisement

ନୂଆଦିଲ୍ଲୀ: ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୭ ରନରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କରିଥିଲା । ଏହି ହାର୍ ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ପ୍ଲେ ଅଫକୁ ଯିବାର ଯାତ୍ରା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ର୍ଥ ଦଳ ଭାବରେ ପ୍ଲେ ଅଫରେ ପହଞ୍ଚିଛି । ଏହା ପରେ ସୋସିଆଲ ମିଡ଼ିଆରେ ଧୋନୀଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏଲନ୍ ମସ୍କଙ୍କ ‘ଏକ୍ସ’ ଅପେକ୍ଷା ଇନଷ୍ଟାଗ୍ରାମକୁ ବେଶି ପସନ୍ଦ କରନ୍ତି ବୋଲି କହିଥିଲେ ।

କାହିଁକି ଏପରି କହିଲେ କ୍ୟାପଟେନ୍ କୁଲ୍ ଧୋନୀ ?

ପୂର୍ବତନ ଭାରତୀୟ ଅଧିନାୟକ ଧୋନୀ ‘ଏକ୍ସ’କୁ ନେଇ ଅସନ୍ତୁଷ୍ଟ ଥିବା ନେଇ ପ୍ରଶଂସକଙ୍କ ଗହଣରେ ଚର୍ଚ୍ଚା ହେଉଛି । ‘ଏକ୍ସ’ ପୂର୍ବରୁ ଟ୍ୱିଟରକୁ ନେଇ ସବୁବେଳେ ବିବାଦ ଦେଖାଯାଉଥିବାର ସେ କହିଥିଲେ । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଧୋନୀ ଇନଷ୍ଟାଗ୍ରାମରେ ମଧ୍ୟ କମ୍ ଆକ୍ଟିଭ୍ ରୁହନ୍ତି । ସେ ପ୍ରାୟ ୯ ମାସ ପୂର୍ବର ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ଶେୟାର କରିଥିବା କହିଛନ୍ତି । କହିରଖୁଛୁ ଧୋନୀଙ୍କ ଇନଷ୍ଟାଗ୍ରାମରେ ୪୮ ମିଲିୟନ ଫଲୋଅର୍ସ ଥିବାବେଳେ ‘ଏକ୍ସ’ରେ ୮.୬ ମିଲିୟନ ଫଲୋଅର୍ସ ଅଛନ୍ତି ।

Get real time updates directly on you device, subscribe now.