fbpx

AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାଗୱନ୍ତ ବୃହତ୍ ବ୍ୟବଧାନରେ ଜିତିଲେ

ନୂଆଦିଲ୍ଲୀ: ଆଜି ଦେଶର ୫ଟି ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଚଳିତ ନିର୍ବାଚନରେ ଇତିହାସ ରଚିବାକୁ ଯାଉଛି । ଏକଜିଟ୍ ପୋଲର ପୂର୍ବାନୁମାନକୁ ସତ ପ୍ରମାଣିତ କରିଛି ଆପ । ରିପୋର୍ଟ ମୁତାବକ, ୬୯ଟି ସିଟରେ ଆପ ଆଗୁଆ ରହିବା ସହ ୨୧ଟି ସିଟରେ ବିଜୟ ହାସଲ କରିଛି । ତେବେ ଚଳିତ ନିର୍ବାଚନରେ ବହୁ ହେଭିୱେଟ ଧୂଳି ଚାଟିଥିବା ବେଳେ ବିଜୟ ହାସଲ କରିଛନ୍ତି ଆପର ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାଗୱନ୍ତ ମାନ । ଏହି ବିଜୟ ପରେ ଭାଗୱନ୍ତଙ୍କୁ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରୱାଲ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ଭାଗୱନ୍ତ ଧୁରି ଆସନରୁ ନିର୍ବାଚନ ଲଢ଼ୁଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଦଲବୀର ସିଂହ ଗୋଲ୍ଡିଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାରେ ପରାସ୍ତ କରିଛନ୍ତି । ଗତ ୨୦୧୨ ମସିହାଠାରୁ ଏହି ସିଟଟି କଂଗ୍ରେସ ନିକଟରେ ରହିଥିଲା ।

Get real time updates directly on you device, subscribe now.