fbpx
BSKY
BJD SHG SKY
BJD YOUTH SKY

AAP ଓ ସୋନୁ ସୁଦଙ୍କ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କ ପକ୍ଷରୁ ଏକ ନୂତନ କାର୍ଯ୍ୟକ୍ରମ ‘ଦେଶ କା ମେଣ୍ଟର’ ଲଞ୍ଚ କରାଯାଇଛି । ଦେଶର ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରାଯାଇଛି । ବଲିଉଡ ଅଭିନେତା ସୋନୁ ସୁଦ୍ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଏହି ପ୍ଲାଟଫର୍ମ ଦେଶର ପ୍ରତି ଶିଶୁ ପାଇଁ ଆବଶ୍ୟକ ବୋଲି ସୋନୁ ସୁଦ୍ ମତ ଦେଇଛନ୍ତି । ସର୍ବଦା ସରକାରଙ୍କୁ ଦୋଷାରୋପ କରିବା ଅପେକ୍ଷା ଏହି ପ୍ଲାଟଫର୍ମରେ ଆମେ ଶିଶୁ ମାନଙ୍କୁ ଉତ୍ତମ ଦିଗଦର୍ଶନ ଦେବାରେ ସଫଳ ହେବା । କେଜ୍ରିୱାଲ ସରକାରଙ୍କ ଏହି ପ୍ଲାଟଫର୍ମ ଦେଶର ସମସ୍ତ ଶିଶୁଙ୍କୁଭ ସମାନ ସୁଯୋଗ ପ୍ରଦାନ କରିଥାଏ । ଏହି ଆପ୍ ଆପଣଙ୍କୁ ନିଜ ଦେଶ ପାଇଁ କିଛି କରିବାର ସୁଯୋଗ ପ୍ରଦାନ କରୁଛି ବୋଲି ସୋନୁ ସୁଦ୍ କହିଛନ୍ତି । ବିପଦରେ ଯିଏ ସାଥ ଦେଇଥାଏ ସେ ହିଁ ସବୁଠାରୁ ବଡ ବୋଲି କହିବା ସହିତ କେଜ୍ରିୱାଲଙ୍କ ପ୍ରଶଂସା କରିଥିଲେ ସୋନୁ । ଏହା ସହିତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଘବ ଚଢାଙ୍କର ମଧ୍ୟ ପ୍ରଶଂସା କରିଥିଲେ ସୋନୁ ।

Get real time updates directly on you device, subscribe now.