fbpx

AAP MLAଙ୍କୁ ତିନି ବର୍ଷର ଜେଲଦଣ୍ଡ: ଖୁବଶୀଘ୍ର ହରାଇବେ ବିଧାୟକ ପଦ, ଖୋଲିଲା ନଅ ବର୍ଷ ତଳର ଅପରାଧିକ ମାମଲା

ନୂଆଦିଲ୍ଲୀ: ନିକଟରେ ଆମ୍ ଆଦମୀ ପାର୍ଟି (ଆପ) ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଦଳକୁ ଲାଗିଛି ଜବରଦସ୍ତ ଝଟକା । ଆପର ଜଣେ ବିଧାୟକଙ୍କୁ ୩ ବର୍ଷର ଜେଲଦଣ୍ଡ ହୋଇଛି । ଏକ ଅପରାଧିକ ମାମଲାରେ ଅଦାଲତ ଆପ ବିଧାୟକଙ୍କ ସମେତ ୩ ଜଣଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସଜ୍ଜା ଶୁଣାଇଛନ୍ତି ।

ଜଣାପଡ଼ିଛି ଯେ, ଆପ ବିଧାୟକ ବଲବୀର ସିଂହଙ୍କ ନାମରେ ତାଙ୍କର ଶାଳୀଙ୍କୁ ମାରପିଟ୍ କରିବା ନେଇ ମାମଲା ଦାୟର ହୋଇଥିଲା । ଏହି ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ବିଧାୟକ ବଲବୀରଙ୍କ ସମେତ ଅନ୍ୟମାନଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ୯ ବର୍ଷ ପୂର୍ବେ ବଲବୀର ପାରିବାରିକ ଝଗଡ଼ା କାରଣରୁ ନିଜର ପତ୍ନୀ ଓ ପୁତ୍ରଙ୍କ ସହ ମିଶି ତାଙ୍କ ଶାଳୀ ଓ ଶାଳୀଙ୍କ ପତିଙ୍କୁ ପିଟିଥିଲେ ।

ଉକ୍ତ ଘଟଣା ପରେ ବିଧାୟକଙ୍କ ଶାଳୀ ଓ ଶାଳୀଙ୍କ ପତି ବଲବୀରଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ । ଗତ ୯ ବର୍ଷ ଧରି ବିଧାୟକଙ୍କ ନାମରେ ରୋପଡ଼ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ଶୁଣାଣି ସମୟରେ ବିଧାୟକ, ତାଙ୍କ ପତ୍ନୀ ଓ ପୁତ୍ରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ କୋର୍ଟ ତିନି ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୫ ହଜାର ଲେଖାଏଁ ଅର୍ଥଦଣ୍ଡା ଲାଗୁ କରିଥିଲେ । ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ବଲବୀର କଂଗ୍ରେସ ପ୍ରାର୍ଥୀଙ୍କୁ ୫୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ନିୟମ ମୁତାବକ, ଯଦି କୌଣସି ବିଧାୟକଙ୍କୁ ଦୁଇ ବା ଏହାଠାରୁ ଅଧିକ ବର୍ଷର ଜେଲଦଣ୍ଡ ଶୁଣାଣି ହୁଏ, ତେବେ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡ଼ିଥାଏ ।

Get real time updates directly on you device, subscribe now.