fbpx

ବିନୟ କୁମାର ସକ୍ସେନା ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତି ପାଇଛନ୍ତି । ଅନିଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଏହି ପଦଟି ଖାଲି ପଡ଼ିଥିଲା । ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିନେଇଛନ୍ତି । ଏଥିସହିତ ରାଷ୍ଟ୍ରପତି ନୂଆ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ।

ଜଣାପଡ଼ିଛି ଯେ, ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନା ନିଯୁକ୍ତି ପାଇଛନ୍ତି । ଗତ ୧୮ ତାରିଖ ଦିନ ଅନିଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ । ଗତବର୍ଷ ଡିସେମ୍ବର ମାସ ୩୧ ତାରିଖରେ ତାଙ୍କର ୫ ବର୍ଷ କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିଲା । ବିଭିନ୍ନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଦ୍ୱାରା ୧ ହଜାର ବସ୍ କିଣିବା ପ୍ରକ୍ରିୟାର ଯାଞ୍ଚ ପାଇଁ ଅନିଲ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏହି ଘଟଣାର ସିବିଆଇ ଯାଞ୍ଚ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଅପିଲ କରାଯାଇ ଆସୁଥିଲା । ପୂର୍ବତନ ଉପରାଜ୍ୟପାଳଙ୍କ ଦ୍ୱାରା ଗଠିତ ଉକ୍ତ କମିଟିରେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଭିଜିଲାନ୍ସର ପ୍ରିନ୍ସପାଲ ସେକ୍ରେଟାରୀ ଓ ଦିଲ୍ଲୀ ସରକାରଙ୍କ ପରିବହନ କମିଶନର ରହିଥିଲେ । ଉକ୍ତ ଘଟଣାକୁ ନେଇ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ।

Get real time updates directly on you device, subscribe now.