fbpx

ଚାରିଧାମ ଯାତ୍ରା ୨୦୨୨: କେଦାରନାଥରେ ଅରେଞ୍ଜ ଆଲର୍ଟ ଜାରି, ଯାତ୍ରା ଉପରେ ଲାଗିଲା ରୋକ୍

ଡେରାଡୁନ: ଉତ୍ତରାଖଣ୍ଡରେ ଅଚାନକ ପାଣିପାଗ ବଦଳିବାରୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ଆଲର୍ଟ ଜାରି ପରେ ଏବେ ପ୍ରଶାସନ କେଦାରନାଥ ଯାତ୍ରା ସ୍ଥଗିତ ରଖିଛନ୍ତି। ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରାଯାଇଛି। ହେଲିକପ୍ଟର ସେବାକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରାଯାଇଛି। ପାଣିପାଗରେ ଅଚାନକ ଆସିଥିବା ପରିବର୍ତ୍ତନ କାରଣରୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ରୁଦ୍ରପ୍ରୟାଗ ସର୍କିଲ ଅଫିସର ପ୍ରମୋଦ କୁମାର।

ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସର୍ବୋପରି। ତେଣୁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ମିଳିବା ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ୫ ହଜାର ଶ୍ରଦ୍ଧାଳୁଙ୍କୁ ଗୁପ୍ତକାଶୀରେ ରଖାଯାଇଛି। ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନରେ ଅଟକି ଯିବାକୁ ଅପିଲ୍ କରାଯାଇଛି। ସୋମବାର ସକାଳୁ ବର୍ଷା ଜାରି ରହିଥିବାରୁ ରାସ୍ତାରେ ଯିବ ବିପଦଜ୍ଜନକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରଦ୍ଧାଳୁଙ୍କୁ ନିଜ ନିଜର ହୋଟେଲକୁ ଫେରିଯିବା ଏବଂ ରିସ୍କ ନ ନେବାକୁ ପରାମର୍ଶ ଦିଆଯାଇଛି। ସଂପ୍ରତି କେଦାରନାଥ ପାଣିପାଗ ଆହୁରି ବିଗିଡିବାର ସମ୍ଭାବନା ରହିଛି। ଭୂସ୍ଖଳନର ବିପଦ ଅଧିକ ବଢି ଯାଇଛି। ବର୍ଷା ଜାରି ରହିଥିବାରୁ ହେଲିକପ୍ଟର ସେବା ବନ୍ଦ ରଖାଯାଇଛି।

Get real time updates directly on you device, subscribe now.