fbpx

ଜାଣନ୍ତୁ ପ୍ଲେଅଫରେ ୪ ଦଳର କଣ ହୋଇପାରେ ସୁପରହିଟ ପ୍ଲେଇଙ୍ଗ ୧୧: କିଏ ହେବେ ଅଧିନାୟକ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ର ୧୫ତମ ସିଜନ । ଆଉ ହାତରେ ମାତ୍ର ୪ଟି ମ୍ୟାଚ ବାକି । ଅର୍ଥାତ ପ୍ଲେଅଫ ପାଇଁ ପ୍ରସ୍ତୁତ ସିଜନର ୪ଟି ଶକ୍ତିଶାଳୀ ଦଳ । ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୋୟଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବେ ଲଢିବେ ଟ୍ରଫି ପାଇଁ । ତେବେ ଆସନ୍ତୁ ଜାଣିବା ଏହି ୪ଟି ଦଳର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ୧୧ ।

ଚଳିତ ସିଜନରେ ନିଜ ଦଳକୁ ପ୍ଲେଅଫରେ ପହଞ୍ଚାଇଥିବା ଖେଳାଳିମାନଙ୍କୁ ନେଇ ସୁପରହିଟ ପ୍ଲେଇଙ୍ଗ ୧୧ ତିଆରି କରାଯାଇଛି । ତେବେ ଏହି ତାଲିକାରେ ଓପନର ଭାବରେ ନିଃସନ୍ଦେହ ଜୋସ ବଟଲର ସ୍ଥାନ ପାଇଛନ୍ତି । ତେବେ ତାଙ୍କ ସହିତ କ୍ୱିଣ୍ଟନ ଡିକକ୍ଙ୍କୁ ସାଥୀ ଖେଳାଳିଭାବେ ପାଳି ଆରମ୍ଭ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏହାପରେ କେ.ଏଲ ରାହୁଲଙ୍କୁ ତୃତୀୟ ସ୍ଥାନ ପାଇଛନ୍ତି । ଷ୍ଟ୍ରାଇକ ରେଟ ଯୋଗୁଁ ସେ ଓପନର ଭାବେ ଖେଳିଥିଲେ ବି ତୃତୀୟ ସ୍ଥାନ ଦିଆଯାଇଛି । ତାଙ୍କ ପରେ ନମ୍ବର ୪ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି । ୧୩ ମ୍ୟାଚରୁ ୯ଟି ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ହାର୍ଦ୍ଦିକ । ତାଙ୍କ ପରେ ଦୀପକ ହୁଡ୍ଡା ଏବଂ ମ୍ୟାଚ ଫିନିଶରର ଦାୟିତ୍ୱ ନେବେ ଦିନେଶ କାର୍ତ୍ତିକ ।

ତେବେ ଏହି ସୁପରହିଟ ପ୍ଲେଇଙ୍ଗ ୧୧ରେ ବୋଲର ମାନଙ୍କ ଖୁବ ଦବବା ରହିଛି । ଦଳରେ ରାଶିଦ ଖାନ ଏବଂ ୱାନିନ୍ଦୁ ହସରଙ୍ଗାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମୀ, ହର୍ଷଲ ପଟେଲ ଏହି ଦଳରେ ସ୍ଥାନ ପାଇଛନ୍ତି । ତେବେ ଏହି ସୁପରହିଟ ପ୍ଲେଇଙ୍ଗ ୧୧ର ଅଧିନାୟକ ଭାର ନେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଦେଖନ୍ତୁ କଣ ରହିପାରେ ପ୍ଲେଇଙ୍ଗ ୧୧:-

ଜୋସ ବଟଲର
କ୍ୱିଣ୍ଟନ ଡିକକ୍(ୱିକେଟ କିପର)
କେ.ଏଲ ରାହୁଲ
ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ)
ଦୀପକ ହୁଡ୍ଡା
ଦିନେଶ କାର୍ତ୍ତିକ
ରାଶିଦ ଖାନ
ୱାନିନ୍ଦୁ ହସରଙ୍ଗା
ମହମ୍ମଦ ଶାମୀ
ହର୍ଷଲ ପଟେଲ
ୟୁଜବେନ୍ଦ୍ର ଚହଲ

Get real time updates directly on you device, subscribe now.