fbpx

ଆପ ନେତା ସଞ୍ଜୟ ସିଂହଙ୍କ ସମେତ ୫ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି, କୋର୍ଟ କହିଲେ ଶୀଘ୍ର ଗିରଫ କର

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁରର ଏମପିଏମଏଲଏ କୋର୍ଟ ଆପ ନେତା ଏବଂ ରାଜ୍ୟସଭା ସାଂସଦ ସିଂହ ସମେତ ୫ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି। ଏଥିରେ ସମାଜବାଦୀ ପାର୍ଟୀର ପୂର୍ବତନ ବିଧାୟକ ଅନୁପ ସଡାଙ୍କ ନାମ ମଧ୍ୟ ସାମିଲ ରହିଛି। ଏହି ଆଦେଶ ଏମପି-ଏମଏଲଏ ସ୍ପେଶାଲ ଜଜ ଶୁବମ ବର୍ମାଙ୍କ କୋର୍ଟ ଜାରି କରିଛନ୍ତି। ଏହି ୱାରେଣ୍ଟ ୨୩ ବର୍ଷ ପୁରୁଣା ମାମଲା ସହ ଜଡିତ। କୋର୍ଟ ଗତ ସପ୍ତାରେ ମାମଲାରେ ଦଣ୍ଡ ଶୁଣାଣି କରିବା ପରେ ଶୁକ୍ରବାର ଦିନ ସରେଣ୍ଡର କରିବାର ସମୟ ଦେଇଥିଲେ, ହେଲେ କେହି ସରେଣ୍ଡର କରିବାକୁ ହାଜର ହୋଇନଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଜାମିନ ବିହିନ ୱାରେଣ୍ଟ ଜାରି କରାଯାଇଛି।

ଆମ୍ ଆଦମୀ ପାର୍ଟୀର ଜାତୀୟ ମୁଖପାତ୍ର ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ସମାଜବାଦୀ ପାର୍ଟୀର ଜାତୀୟ ମୁଖପାତ୍ରଙ୍କ ସମେତ ୬ ଲୋକଙ୍କ ବିରୋଧରେ ସୁଲତାନପୁରର ଏମପି-ଏମଏଲଏ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ୨୦ ଅଗଷ୍ଟରେ ଶୁଣାଣି ହେବ। ଏହି ମାମଲାରେ ନଗର କୋତବାଲୀ ଅଞ୍ଚଳର ଗଭଡିୟା ଓଭର ବ୍ରିଜ ପାଖରେ ଅଟେ। ଯେଉଁଠାରେ ୨୩ ବର୍ଷ ପୂର୍ବେ ୧୯ ଜୁନ ୨୦୦୧ରେ ବିଦ୍ୟୁତ ପାଣି ସହ ଜନସମସ୍ୟାଗୁଡିକୁ ନେଇ ଅନୁପ ସଡା, ସଞ୍ଜୟ ସିଂହ ସମେତ ସାଧାରଣ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.