fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀ, ପଞ୍ଜାବ ପରେ ଓଡ଼ିଶା! BJD-BJP-Congressକୁ ସାମ୍ନାସାମ୍ନି ଟକ୍କର ଦେବାକୁ ଗେମ୍ ପ୍ଲାନ୍ କରୁଛି AAP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ରାଜ କରୁଛି ବିଜୁ ଜନତା ଦଳ (ବିଜେଡି) । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଉପରେ ରାଜ୍ୟବାସୀ ଅତୁଟ ଭରସା କରିଛନ୍ତି । ଅପକ୍ଷରେ ପକ୍ଷେ ଦୁଇ ଜାତୀୟ ଦଳର ବିଜେପି ଓ କଂଗ୍ରେସଙ୍କର ସତ୍ତା ନବୀନଙ୍କ ଆଗରେ ଫିକା ପଡ଼ିଯାଇଛି । ତେବେ ରାଜ୍ୟରେ ବିଜେଡିର ବିକଳ୍ପ ଭାବେ ଉଭା ହେବାକୁ ଚେଷ୍ଟା କରୁଛି ଆମ୍ ଆଦମୀ ପାର୍ଟି ।

ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଦଖଲ କରିବା ପରେ ଆପର ପାୱାର ଭାରତୀୟ ରାଜନୀତିରେ ଉପରକୁ ଉଠିଯାଇଛି । ଦଳର ହାଇକମାଣ୍ଡ ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟରେ ଗୁଜରାଟ, ହରିୟାଣା, ତ୍ରିପୁରା ପରି କିଛି ରାଜ୍ୟରେ ନିଜକୁ ବିସ୍ତାରିତ କରିବା ପାଇଁ ଯୋଜନା କରୁଛନ୍ତି । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସକୁ ମାତ ଦେଇ କ୍ଷମତା ଦଖଲ କରିବାକୁ କେଜ୍ରି ଯୋଜନା କରୁଛନ୍ତି । ଓଡ଼ିଶାରେ ବିଜେଡିର ବିକଳ୍ପ ଭାବେ ଆପ ଉଭା ହେବ ବୋଲି ଆପର ଶୀର୍ଷ ନେତୃବୃନ୍ଦ ହୃଦୟଙ୍ଗମ କରିଛନ୍ତି ।

ଏହା ମଧ୍ୟରେ ଆପ ରାଜ୍ୟରେ ମିଶନ ଓଡ଼ିଶା ଆରମ୍ଭ କରିଛି । ଆସନ୍ତାକାଲି ଦଳର କର୍ମୀ ସମ୍ମିଳନୀ ବସୁଥିବା ବେଳେ ସେଥିରେ ୧୨ ଶହ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀରେ ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଯୋଗ ଦେଇ କର୍ମୀଙ୍କୁ ରଣନୀତି ପ୍ରଦାନ କରିବେ । ତେବେ ଆପ ପ୍ରଥମେ ଦିଲ୍ଲୀ, ପଞ୍ଜାବ ସମ୍ଭାଳୁ ପରେ ଓଡ଼ିଶା ସମ୍ଭାଳିବ ବୋଲି ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଯେଉଁ ଦଳର ସ୍ଥିତି ନାହିଁ ସେ କ’ଣ ଓଡ଼ିଶାରେ ଶାସନ କରିବ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ବିଜେଡି ଛଡ଼ା ଅନ୍ୟ କୌଣସି ଦଳ ଓଡ଼ିଶାରେ ତିଷ୍ଠି ପାରିବେ ନାହିଁ ବୋଲି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ।

Get real time updates directly on you device, subscribe now.