fbpx

କି ନାଚରେ ବାବା! ଜନ୍ମାଷ୍ଟମୀରେ ଛୋଟୁର ଜମାଳିଆ ଡାନ୍ସ: ଗୀତର ତାଳେ ତାଳେ ନାଚୁଛି ଟୋକା

ଆମ ଦେଶ ଭାରତ ହେଉଛି ପର୍ବପର୍ବାଣୀର ଦେଶ । ଏହି ପର୍ବପର୍ବାଣୀକୁ ଖୁବ ଜାକଜମକରେ ଆଉ ଧୁମଧାମରେ ପାଳନ କରିଥାନ୍ତି ଦେଶବାସୀ । ଏହିସବୁ ପର୍ବରେ ଖୁସି ବାଣ୍ଟିବା ପାଇଁ ଅନେକ ଲୋକ ଡାନ୍ସ କରିବାକୁ ବି ପସନ୍ଦ କରନ୍ତି । ତେବେ ସେମିତି ଏକ ଡାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ସମସ୍ତଙ୍କ ମନ କିଣୁଛି । ଛୋଟୁର ଏହି ଡାନ୍ସ ଭିଡିଓ ଏବେ ସମସ୍ତଙ୍କ ପାଇଁ ଏଣ୍ଟରଟେନର ନୂଆ ଖୁରାକ ପାଲଟି ଯାଇଛି ।

ଏମିତିରେ ତ ପ୍ରତିଦିନ ଛୋଟ ଛୋଟ ପିଲାଙ୍କ ଅନେକ ଡାନ୍ସ ଭିଡିଓ ଭାଇରାଲ ହେଉଛି । କିନ୍ତୁ ଏବେ ମାର୍କେଟକୁ ଆସିଥିବା ଛୋଟୁର ଏହି ଭିଡିଓ କିଛି ନିଆରା ମଜା ଦେଉଛି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜନ୍ମାଷ୍ଟମୀରେ ଖୁସିରେ ମସଗୁଲ ହୋଇ ଡାନ୍ସ ଆରମ୍ଭ କରି ଦେଇଛି ଛୋଟୁ । ଭିଡିଓର ବ୍ୟାକଗ୍ରାଉଣ୍ଡରେ “ଗୋବିନ୍ଦା ଆଲା ରେ..’ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି । କ୍ୟାମେରାରେ ଦୁଇ ଜଣ ଛୋଟ ପିଲାଙ୍କୁ ଦେଖାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ଶାନ୍ତ ରହିଥିବା ବେଳେ ଅନ୍ୟ ଜଣକ ଗୀତକୁ ଶୁଣି ଝୁମି ଉଠିଛି । ପିଲାଟି ଗୀତ ଶୁଣି ଆଉ ସେଠାରେ ଚାଲିଥିବା କାର୍ଯ୍ୟକ୍ରମକୁ ଦେଖି ଖୁସିରେ ମସଗୁଲ ହୋଇଯାଇଛି ।

ପରେ ଏହି ସୁପରହିଟ ଗୀତକୁ ଶୁଣି ଆଉ ନିଜକୁ ସମ୍ଭାଳି ପାରିନି ଛୋଟୁ । ଆରମ୍ଭ କରି ଦେଇଛି ଡାନ୍ସର ଜଲୱା । ଗୀତର ତାଳେ ତାଳେ ଦେଶୀ ଡାନ୍ସ ଆଉ ତା ସାଙ୍ଗକୁ କିଲର ଏକ୍ସପ୍ରେସନ । ଏହି ଭିଡିଓ ସମସ୍ତଙ୍କ ଓଠରେ ହସ ଭରି ଦେଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ୟୁଜରମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.