fbpx
BSKY
BJD YOUTH SKY
BJD MS SKY

ଭରାନଦୀରେ ଭାସିଗଲା ଡଙ୍ଗା, ରହିଥିଲେ ୩୦ ଯାତ୍ରୀ

ପାଟକୁରା: ଭରାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । ପ୍ରଖର ସ୍ରୋତରେ ଅଣାୟତ୍ତ ହୋଇ ଭାସିଗଲା ବୋଟ୍ । କେନ୍ଦ୍ରାପଡ଼ା ବାହାକୁଦ ଘାଟରେ ଘଟିଛି ଏଭଳି ଘଟଣା ।

ମହାନଦୀରେ ପାରାଦୀପରୁ ବାହାକୁଦ ଘାଟ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ୩୦ ଯାତ୍ରୀଙ୍କୁ ନେଇଯାଉଥିବବାବେଳେ ଅଘଟଣ । ଯାତ୍ରୀବାହୀ ଡଙ୍ଗାର ମୋଟର ଖରାପ ହୋଇଯିବାର ମଝି ନଈରେଡଙ୍ଗା ଅଣାୟତ୍ତ ହୋଇପଡ଼ିଥିଲା । ଯାହାପରେ ସ୍ରୋତରେ ଡଙ୍ଗା ସମୁଦ୍ର ମୁହାଣ ଆଡ଼କୁ ଭାସିଯାଇଥିଲା ।

ତେବେ ଘଟଣା ସମ୍ପର୍କରେ ଖବର ପାଇ ମେରାଇନ ବୋଟ୍ ପହଞ୍ଚିଥିବା ନେଇ ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି, ବୋଟ୍ କୁ  ଲଙ୍ଗର ପକାଇ ଅଟକାଯାଇଛି, ଏବଂ ଉଦ୍ଧାର ପାଇଁ ଜାରି ରହିଛି ପ୍ରୟାସ ।

Get real time updates directly on you device, subscribe now.