fbpx
BSKY
BJD SHG SKY
BJD YOUTH SKY

(Video) ସାରଥୀ ଆମର ଭଗବାନ…, ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜାର୍ଚ୍ଚନା କଲେ ଅନୁଗାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ କେନ୍ଦ୍ରାପଡ଼ାର ବାରିମୂଳ ସ୍ଥିତ ଆଶ୍ରମକୁ ପୋଲିସ ପ୍ରଶାସନ ବନ୍ଦ କରିଦେଇଥିଲା । ସେହିଦିନଠାରୁ ଉକ୍ତ ଆଶ୍ରମ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା ।

ତେବେ ନିକଟରେ ଜନ୍ମାଷ୍ଟମୀ ଅବସରରେ ପୁଣି ଆଶ୍ରମରେ ଦେଖିବାକୁ ମିଳିଛି ଭକ୍ତଙ୍କ ସମାଗମ । ଆଶ୍ରମ ପ୍ରଶାସନ ପକ୍ଷରୁ ବନ୍ଦ ରହିଥିବା ବେଳେ ସାରଥୀଙ୍କ ଅନୁଗାମୀମାନେ ସେଠାକୁ କିପରି ଗଲେ ସେନେଇ ଏବେ ଉଠିଛି ପ୍ରଶ୍ନ । ସମର୍ଥକମାନେ ସାରଥୀଙ୍କ ଫଟୋକୁ ରଖି ପୂଜାର୍ଚ୍ଚ କରିବା ସହ ଫୁଲ, ଧୂପ ଦେଇଛନ୍ତି । ଏଥିସହିତ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଭୋଗ ବଣ୍ଟନ କରି ଖାଇଛନ୍ତି ।

ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉକ୍ତ ଆଶ୍ରମ ସମ୍ପତିକୁ ଦଖଲ କରିନେଇଥିବା ବେଳେ ସାଧାରଣ ଜନତାଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ତେବେ ୪୦-୫୦ ଜଣ ସାରଥୀ ଭକ୍ତ ଆଶ୍ରମ ଭିତରକୁ ପ୍ରବେଶ କରିଥିବା କୁହାଯାଉଛି । ଏଠାରେ କହିବା କଥା, ପ୍ରଶାସନ ଆଶ୍ରମକୁ ବନ୍ଦ କରିଦେଲେ ହେଁ ଆଜି ବି ଜନମାନସରେ ସାରଥୀଙ୍କ ପ୍ରତି ରହିଛି ବିଶ୍ୱାସ । ଯେଉଁ ଅନୁଗାମୀମାନେ ପ୍ରଶାସନର ବାରଣ ପରେ ଆଶ୍ରମ ପରିସରରେ ପ୍ରବେଶ କରି ତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି, ସେମାନେ ନିଶ୍ଚିତ ଭାବେ ସାରଥୀଙ୍କୁ ଭଲ ପାଉଛନ୍ତି । ସାରଥୀ ଆମର ଭଗବାନ, ଆମେ ତାଙ୍କୁ ଭୁଲି ପାରିବୁ ନାହିଁ । ବୋଧହୁଏ ଏହା ହିଁ ସାରଥୀ ଅନୁଗାମୀର ଭାବନା ।

Get real time updates directly on you device, subscribe now.