fbpx

ମା ’ହେଲେ ସୋନମ କପୁର, ଛୁଟୁଛି ଫ୍ୟାନ୍ସଙ୍କ ଶୁଭେଚ୍ଛା

ମୁମ୍ବାଇ: ମା’ ହେଲେ ବଲିଉଡ ଡିଭା ସୋନମ କପୂର । ବିବାହର ଚାରିବର୍ଷ ସୋନମ କପୂର (Sonam Kapoor) ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୋନମ କପୂର ଏବଂ ଆନନ୍ଦ ଆହୁଜାଙ୍କ ମିଳିଲା ପୁତ୍ର ସନ୍ତାନର ଆଶୀର୍ବାଦ । ସୋନମ କପୂର ଏବଂ ଆନନ୍ଦ ଆହୁଜା ପୁତ୍ର ସନ୍ତାନ ଜନ୍ମରେ ପରିବାର ବର୍ଗ, ଡାକ୍ତର ଏବଂ ତାଙ୍କ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋନମ କପୂରଙ୍କ ପୁତ୍ର ସନ୍ତାନ ଜନ୍ମ ନେଇ ନୀତୁ କପୂର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ନିଜ ପୋଷ୍ଟରେ ନୀତୂ କପୂର ସୋନମ କପୂର ଏବଂ ଆନନ୍ଦ ଆହୁଜାଙ୍କୁ ତାଙ୍କ ପ୍ରଥମ ସନ୍ତାନ ଜନ୍ମରେ ଶୁଭେଚ୍ଛା ଜଣାଇଛନ୍ତି । ସୋନମ ଏବଂ ତାଙ୍କର ପୂରା ପରିବାର ଧୁମଧାମର ଖୁସି ମନାଉଛନ୍ତି । ଏହା ସହ ସେ ଅଜା ଅନିଲ କପୂର ଏବଂ ଆଇ ସୁନୀତା କପୂରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସୋନମ ଚଳିତ ବର୍ଷ ନିଜର ପ୍ରେଗ୍ନେନ୍ସୀକୁ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ । ସେ ବେବି ବମ୍ପରେ ଅନେକ ଫଟୋ ମଧ୍ୟ ଶେୟାର କରିଥିଲେ । ସୋନମ କପୂର ଏବଂ ଆନନ୍ଦ ଆହୁଜା ୨୦୧୮ ରେ ବିବାହ କରିଥିଲେ । ସେପଟେ ତାଙ୍କ ଫ୍ୟାନ୍ ମାନେ ସୋନମଙ୍କୁ ମା’ ହେବାର ଶୁଭେଚ୍ଛା ଜଣାଇଛନ୍ତି ।

 

Get real time updates directly on you device, subscribe now.