fbpx

ଏହା ମେଡିସିନ ଷ୍ଟ୍ରିପ୍ ନୁହେଁ, ମ୍ୟାରେଜ୍ କାର୍ଡ: ଆପଣ ବି ଖାଇଯିବେ ଧୋକ୍କା, ଦେଖନ୍ତୁ ଏକ ନିଆରା ଅନ୍ଦାଜର କାର୍ଡ

ନୂଆଦିଲ୍ଲୀ: ଆଜିକାଲି ଜମାନାର ଲୋକମାନେ କିଛି ନୂଆ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ନିକଟରେ ସୋସିଆଲ ଭିଡ଼ିଆରେ ଏକ ଭିନ୍ନ ଧରଣର ବିବାହ କାର୍ଡ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି କାର୍ଡକୁ ଦେଖିବା ପରେ ଯେ କେହି ବି ଧୋକ୍କା ଖାଇଯିବ । କାର୍ଡଟି ସାଧାରଣ ଭାବେ ଏକ ମେଡିସିନ୍ ପରି ଦେଖାଯାଉ ଥିବାରୁ ତାହା ସମସ୍ତଙ୍କୁ ଭ୍ରମରେ ପକାଇବା ସ୍ୱାଭାବିକ ।

ଜଣେ ଯୁବକ ନିଜର ବିବାହକୁ ଖାସ୍ ବନାଇବା ଲକ୍ଷ୍ୟରେ କାର୍ଡକୁ ଏକ ଭିନ୍ନ ଅନ୍ଦାଜରେ ପ୍ରିଣ୍ଟିଂ କରିଥିଲେ । ସେ କାର୍ଡରେ ଯେଉଁ କ୍ରିଏଟିଭିଟି ଲଗାଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହି କାର୍ଡକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି । କାର୍ଡକୁ ଯିଏ ଥରେ ଦେଖୁଛି ସେ ବୋକା ବନି ଯାଉଛି ।

ଯୁବକ ଜଣଙ୍କ ବିବାହ କାର୍ଡକୁ ‘ଦବାଇ କେ ପତେ’ ଭାବେ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ଦେଖିଲେ ଯେ କେହି ବି ଏହାକୁ ମେଡିସିନ୍ ଷ୍ଟ୍ରିପ୍ ବୋଲି ଭାବିନେବ । ମାତ୍ର ଭଲଭାବେ ପଢ଼ିବା ପରେ ତାହା ବିବାହ କାର୍ଡ ବୋଲି ଜାଣିହେବ । କାର୍ଡରେ ଯୁବକ ଜଣଙ୍କ ନିଜର ନାମ, ଭାବି ପତ୍ନୀଙ୍କ ନାମ, ବିବାହ ତାରିଖ, ଖାଇବା ସମୟ ସହିତ ଇଭେଣ୍ଟର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସେ ନିଜର ବିବାହ କାର୍ଡକୁ ଟାବଲେଟ ଶିଟ୍ ଭାବେ ପ୍ରିଣ୍ଟିଂ କରିଛନ୍ତି । କାର୍ଡରେ ଲେଖା ହୋଇଛି, ଏଜିଲାରାସନ ୱେଡସ୍ ବସନ୍ତକୁମାରୀ । ବିବାହ ତାରିଖ ସେପ୍ଟେମ୍ବର ୫ ତାରିଖ । ଆପଣ ନିଜର ବନ୍ଧୁ ପରିଜନଙ୍କୁ ଧରି ଆସିବାକୁ ଭୁଲିବେନି ।

Get real time updates directly on you device, subscribe now.