fbpx

ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା AAP: ଲିଷ୍ଟରେ ରହିଛି ସୁନୀତା କେଜ୍ରିୱାଲଙ୍କ ନାମ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ପକ୍ଷରୁ ଗୁଜରାଟ ପାଇଁ ତାରକା ପ୍ରଚାରକଙ୍କ ତାଲିକା ଜାରି କରାଯାଇଛି ।

ତେବେ ବର୍ତ୍ତମାନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ବେଳେ ସେନେଇ ଆଇନଗତ ଲଢ଼େଇ ଜାରି ରହିଛି । କେଜ୍ରିୱାଲଙ୍କ ଅନୁପସ୍ଥିତିରେ ତାଙ୍କର ପତ୍ନୀ ସୁନୀତା କେଜ୍ରିୱାଲ ଦର ପାଇଁ ପ୍ରଚାର କରିବେ । ଆପ୍ ପକ୍ଷରୁ ଜାରି କରାଯାଇଥିବା ତାରକା ପ୍ରଚାରକଙ୍କ ଲିଷ୍ଟରେ ସୁନୀତାଙ୍କ ନାମ ରହିଛି । ଏଥିସହିତ ଅରବିନ୍ଦ କେଜ୍ରିୱାଲ, ସଞ୍ଜୟ ସିଂହ, ରାଘବ ଚଡଢା, ସୌରଭ ଭରଦ୍ୱାଜ, ଆତିଶୀ, ସନ୍ଦୀପ ପାଠକ, ଭଗୱନ୍ତ ମାନ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ନାମ ସାମିଲ ରହିଛି ।

Get real time updates directly on you device, subscribe now.