fbpx

ବିଜେଡିରୁ ଇସ୍ତଫା ଦେଲେ ଦୁଇଜଣ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।

ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଗଞ୍ଜାମ ଜିଲ୍ଲାର ଦୁଇଜଣ ପୂର୍ବତନ ବିଧାୟକ ବିଜେଡି ଛାଡ଼ିଛନ୍ତି । ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମର ସେମାନେ ସୂଚନା ଦେଇଛନ୍ତି । ଶ୍ରୀ ସାହାଣି ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ରହିଥିଲେ । ୨୦୧୪ରେ ସେ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ୧୯୯୦ରେ ଜନତା ଦଳ ଟିକେଟରେ ହିଞ୍ଜିଳିରୁ ବିଧାୟକ ହୋଇଥିବା ହରିହର ଦଳୀୟ ନୀତି, ଆଦର୍ଶରେ ଅସନ୍ତୋଷ ପ୍ରକାଶ କରି ଏହି ପଦକ୍ଷେପ ନେଇଥିବା କହିଛନ୍ତି ।

Get real time updates directly on you device, subscribe now.