fbpx

OMC ପକ୍ଷରୁ ସୂଚନା: ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ଓ ମ୍ୟାନେଜର ପଦର ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଗତ ମାସ ୧୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷ) ଓ ମ୍ୟାନେଜର (ସୁରା) ପଦ ପାଇଁ ଏହି ନୋଟିଫିକେସନ ଜାରି କରାଯାଇଥିଲା । ଏପ୍ରିଲ ୧୫ ଆବେଦନର ଅନ୍ତିମ ତାରିଖ ରହିଥିଲା । ତେବେ ପ୍ରାର୍ଥୀମାନେ ଏବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ପଦ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଓଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେଣୁ ପୂର୍ବରୁ ଏହି ସମସ୍ ପଦ ପାଇଁ ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆବେଦନ କରିସାରିଥିବେ ସେମାନେ ପୁଣି ଥରେ ଆବେଦନ କରିବାର ଆବଶ୍ୟକତା ନାହିଁ । ଏହି ବିଜ୍ଞପ୍ତିର ଅନ୍ୟ ସମସ୍ତ ନିୟମ ପୂର୍ବ ମୁତାବକ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ସର୍ବାଧିକ ବୟସ ସୀମା ୪୭ ବର୍ଷ ଓ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ୩୮ ବର୍ଷ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ପଦ ପାଇଁ ପ୍ରାର୍ଥୀଙ୍କର ଡିଫେନ୍ସ / ପାରା-ମିଲିଟାରୀ ସେବାରେ କମିଶନଡ ଅଫିସର ଭାବେ ଅତିକମରେ ୧୪ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ସେହିପରି ମ୍ୟାନେଜର (ସୁରକ୍ଷା) ପଦ ପାଇଁ ପ୍ରାର୍ଥୀ ଡିଫେନ୍ସ / ପାରା-ମିଲିଟାରୀ ସେବାରେ ଅତିକମରେ ୫ ବର୍ଷର କାର୍ଯ୍ୟ କରିଥିବେ ।

Get real time updates directly on you device, subscribe now.