fbpx

‘ରିସେପ୍ସନ ବିବାହର ଅଂଶ ନୁହେଁ, ଯେଉଁଠାରେ ବିବାହ କରିଥିଲେ ସେହିଠାରେ ଛାଡପତ୍ର ନିଅନ୍ତୁ’: ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଛାଡପତ୍ରକୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ, ବିବାହର ରିସେପ୍ସନକୁ ବିବାହର ଅଂଶ ବୋଲି କୁହାଯିବନି । ଏଥିସହ କୋର୍ଟ କହିଛନ୍ତି ଯେ, ବିବାହ ପରେ କୌଣସି ଅନ୍ୟ ସ୍ଥାନରେ ଦମ୍ପତ୍ତିଙ୍କ ରିସେପ୍ସନ ସମ୍ବନ୍ଧିତ ପାରିବାରିକ ନ୍ୟାୟାଳୟକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ବିବାଦର ନିଷ୍ପତ୍ତି ନେବାର ଅଧିକାର କ୍ଷେତ୍ର କୁହାଯିବନି । ବିଚାରପତି ରାଜେଶ ପାଟିଲଙ୍କ ଏକଲ ନ୍ୟାୟାଧିଶ ପୀଠ ଏକ ୩୮ ବର୍ଷୀୟ ମହିଳାଙ୍କ ପିଟିସନ ଉପରେ କହିଛନ୍ତି ‘ମୋ ବିଚାର ଅନୁଯାୟୀ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବିବାହର ରିସେପ୍ସନ ବିବାହ ରଶମର ଅଂଶ ହୋଇପାରିବ ନାହିଁ । କୋର୍ଟ ବାନ୍ଦ୍ରାର ଫ୍ୟାମିଲି କୋର୍ଟ ଦ୍ୱାରା ମହିଳାଙ୍କ ବିରୋଧରେ ପାରିତ ଆଦେଶକୁ ରଦ୍ଦ କରିଛନ୍ତି ।

ଏହି ଦମ୍ପତ୍ତି ଜୁନ ୨୦୧୫ରେ ରାଜସ୍ଥାନର ଯୋଦ୍ଧ ପୁରରେ ହିନ୍ଦୁ ପରମ୍ପରାରେ ବିବାହ କରିଥିଲେ । ତାଙ୍କ ବିବାହର ଚାରି ଦିନ ପରେ ମୁମ୍ବାଇରେ ୱେଡିଙ୍ଗ ରିସେପ୍ସନ ହୋଇଥିଲା । ରିସେପ୍ସନ ପରେ ଦମ୍ପତ୍ତି ମୁମ୍ବାଇ ସହରରେ ସ୍ୱାମୀଙ୍କ ମାଆ-ବାପାଙ୍କ ପାଖରେ ୧୦ ଦିନ ପର୍ଯ୍ୟନ୍ତ ରହିଲେ ଏବଂ ଏହାପରେ ଆମେରିକା ଚାଲିଗଲେ, ଯେଉଁଠାରେ ସେ ମାନେ କାମ କରୁଥିଲେ । ସେମାନେ ବିବାହ ପରେ ପାଖାପାଖି ୪୫ ବର୍ଷ ପର୍ଯ୍ୟନ୍ତ ସାଙ୍ଗରେ ରହୁଥିଲେ ଏବଂ ୨୦୧୯ରେ ଅଲଗା ରହିବା ଆରମ୍ଭ କରିଦେଇଥିଲେ । ଅଗଷ୍ଟ ୨୦୨୦ରେ ସ୍ୱାମୀ କ୍ରୁରତା ଆଧାରରେ ବାନ୍ଦ୍ରାର ପାରିବାରିକ କୋର୍ଟରେ ସ୍ତ୍ରୀ ଛାଡପତ୍ରର ପିଟିସନ ଦାଖଲ କରିଥିଲେ । ସେହିପରି ୪ ମାସ ପରେ, ସ୍ତ୍ରୀ ଆମେରିକାରେ ନିଜର ଛାଡପତ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।

ଅଗଷ୍ଟ ୨୦୨୧ରେ, ସ୍ତ୍ରୀ ବାନ୍ଦ୍ରାରେ ଫ୍ୟାମିଲି କୋର୍ଟଙ୍କ ପାଖରେ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ ନିଜ ସ୍ୱାମୀଙ୍କ ଛାଡପତ୍ର ପିଟିସନର ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାକୁ ବାତିଲ କରିବାର ଦାବି କରିଛନ୍ତି । ସ୍ତ୍ରୀ ଜଣକ ଏହି ଦାବି କରିଛନ୍ତି ଯେ, ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରାକୁ ଦୃଷ୍ଟିରେ ରଖି ଛାଡପତ୍ର ପିଟିସନ ଉପରେ ନିଷ୍ପତ୍ତି ନେବାରେ କୌଣସି ଅଧିକାର ନାହିଁ । ଧାରା ୧୯ ଅନୁଯାୟୀ, ସ୍ୱାମୀଙ୍କ ଛାଡପତ୍ର ପିଟିସନ କେବଳ ସେହି ଫ୍ୟାମିଲି କୋର୍ଟ ବା ଜିଲ୍ଲା କୋର୍ଟରେ ଦେଇପାରିବ, ଯେଉଁ ଅଧିକାର କ୍ଷେତ୍ରରେ ବିବାହ ସଂପର୍ଣ୍ଣ ହୋଇଥିଲା । ଅର୍ଥାତ ପିଟିସନକୁ ସେହି ସ୍ଥାନରେ ଦାଖଲ କରାଯିବା ଉଚିତ ଯେଉଁ ସ୍ଥାନରେ ବିବାହ ସଂପର୍ଣ୍ଣ ହୋଇଥିଲା, ବା ଯେଉଁଠାରେ ବିବାହିତ ଦମ୍ପତ୍ତି ଏକ ସାଙ୍ଗରେ ଯେଉଁଠି ରହୁଥିଲେ ।

ସ୍ତ୍ରୀଙ୍କ ପକ୍ଷର ଓକିଲ ଯୁକ୍ତି କରିଛନ୍ତି ଯେ, ସ୍ୱାମୀଙ୍କ ଛାଡପତ୍ରର ପିଟିସନ ମୁମ୍ବାଇ କୋର୍ଟରେ ଶୁଣାଣି ଯୋଗ୍ୟ ନୁହେଁ । କାରଣ ସହରରେ ହୋଇଥିବା ରିସେପ୍ସନକୁ ବିବାହ ଅନୁଷ୍ଠାନ କୁହାଯିବନି । ସେ କହିଛନ୍ତି ଯେ, ରିସେପ୍ସନ ପରେ ଦମ୍ପତି କେବଳ ଚାରି ଦିନ ପାଇଁ ସହରରେ ରହିଥିଲେ । ଯାହାପରେ ସ୍ୱାମୀ ଆମେରିକା ଚାଳିଯାଇଥିଲେ ଏବଂ ଛାଡପତ୍ର ପିଟିସନ ଦାଖଲ କରିବା ସମୟରେ ଦୁହେଁ ଆମେରିକାରେ ରହୁଥିଲେ ।

ବିଚାରପତି ପାଟିଲ କହିଛନ୍ତି ଯେ, ଏହି ତର୍କକୁ ସ୍ୱିକାର କରାଯାଉଛି ଏବଂ କହିଛନ୍ତି ଯେ, ବାନ୍ଦ୍ରା ସ୍ଥିତ ପାରିବାରିକ କୋର୍ଟଙ୍କ ପାଖରେ ଛାଡପତ୍ରର ପିଟିସନ ଉପରେ ନିଷ୍ପତ୍ତି ଦେବାର ଅଧିକାର କ୍ଷେତ୍ର ନୁହେଁ । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନକୁ ନେଇ ମୋର ରାୟ ହେଉଛି ଯେ, ଦମ୍ପତ୍ତିଙ୍କ ଶେଷ ନିବାସ ଆମେରିକା ଥିଲା । ତାଙ୍କ ଅନ୍ତିମ ନିବାସ ମୁମ୍ବାଇ ନୁହେଁ, ଏଠାରେ ସେମାନେ ବିବାହର ୧୦ ଦିନ ଠାରୁ କମ ଦିନ ରହିଥିଲେ । ସେଥିପାଇଁ ଏଠାରେ ଛାଡପତ୍ରର ବିଚାର ହୋଇପାରିବ ନାହିଁ ।

Get real time updates directly on you device, subscribe now.