fbpx

ଛତିଶଗଡ଼ରେ ମାଓବାଦୀଙ୍କ ସହ ମୁହାଁମୁହିଁ: ଦୁଇଜଣ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁପ୍ତ ସୂଚନା ଆଧାରରେ ଛୋଟେବେଠିୟା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଅଭିଯାନ ଆରମ୍ଭ କରାଯାଇଥିଲା । ଫଳରେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ସହିତ ମାଓବାଦୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଉକ୍ତ ମୁହାଁମୁହିଁରେ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବିଏସଏଫ ଓ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନମାନେ କାଙ୍କେରର ଛୋଟେବେଠିୟା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିବାକୁ ବାହାରିଥିଲେ । ସେଠାରେ ମାଓବାଦୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଳା । ଉକ୍ତ ମୁହାଁମୁହିଁରେ ବିଏସଏଫର ଜଣେ ଇନ୍ସପେକ୍ଟର ଓ ଡିଆରଜିର ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି । କାଙ୍କେର ଏସପି ଏ ବାବଦରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.