fbpx

ଛତିଶଗଡ଼ରେ ବଡ଼ଧରଣର ଏନକାଉଣ୍ଟର: ୧୦ ମାଓବାଦୀ ନିହତ, ୩ ଯବାନ ଆହତ ନେଇ ସୂଚନା

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଘଟିଯାଇଛି ଏକ ବଡ଼ ଅଘଟଣ । ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁପ୍ତ ସୂଚନା ଆଧାରରେ ଛୋଟେବେଠିୟା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଅଭିଯାନ ଆରମ୍ଭ କରାଯାଇଥିଲା । ଫଳରେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ସହିତ ମାଓବାଦୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଉକ୍ତ ମୁହାଁମୁହିଁରେ ୧୦ ଜଣ ନକ୍ସଲ ନିହତ ହେବା ସହ ୩ ଜଣ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ମୁତାବକ, ଏହି ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ଶଙ୍କରର ଶବ ଜବତ ହୋଇଛି । ତେଣୁ ତା’ର ମୃତ୍ୟୁ ଘଟିଥିବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୮ଟି ଶବ ଜବତ କରାଯାଇଛି । ଏଥିସହିତ ବହୁସଂଖ୍ୟକ ଆଟୋମେଟିକ୍ ରାଇଫଲ ମଧ୍ୟ ଜବତ କରାଯାଇଛି । ଏହି ଏନକାଉଣ୍ଟରେ ୩ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ଖୁବଶୀଘ୍ର ବୟାନ ଜାରି କରାଯିବ । ସୂଚନାଯୋଗ୍ୟ ଯେ, ବିଏସଏଫ ଓ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନମାନେ କାଙ୍କେରର ଛୋଟେବେଠିୟା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିବାକୁ ବାହାରିଥିଲେ । ସେଠାରେ ମାଓବାଦୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।

Get real time updates directly on you device, subscribe now.