fbpx

Zomato ଲଞ୍ଚ କଲା ‘large Order Fleet’, ଏଣିକି ଏକ ସାଙ୍ଗରେ କରିପାରିବେ ୫୦ ଜଣଙ୍କର ଖାଦ୍ୟ ଅର୍ଡର

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ପକ୍ଷରୁ ମଙ୍ଗଳବାର ଦିନ ‘ଲାର୍ଜ ଅର୍ଡର ଫ୍ଲିଟ’ ଲଞ୍ଚ କରାଯାଇଛି । ଏହି ଫ୍ଲିଟ ମାଧ୍ୟମରେ ବର୍ତ୍ତମାନ ଗ୍ରାହକ ଏକ ସାଙ୍ଗରେ ୫୦ ଲୋକଙ୍କ ଖାଦ୍ୟ ସିଧାସଳଖ ଜୋମାଟୋରେ ଅର୍ଡର କରିପାରିବେ । କମ୍ପାନୀର ପ୍ରୟାସ ଏହି ସର୍ଭିସ ଜରିଆରେ ପାର୍ଟୀ, ବାର୍ଥଡେ ଏବଂ ଅନ୍ୟ ଇଭେଣ୍ଟରେ ଅର୍ଡର ପ୍ରାପ୍ତ କରି ନିଜ ମାର୍କେଟ ସେୟାରକୁ ବଢାଇବା ।

ଜୋମାଟୋର ସିଇଓ ଏବଂ ସହ-ସଂସ୍ଥାପକ ଦୀପିନ୍ଦର ଗୋୟଲ ଏକ୍ସରେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏହା ଏକ ଅଲ-ଇଲେକ୍ଟ୍ରୋନିକ ଫ୍ଲିଟ ହେବ । ଏଥିରେ ଡ୍ରାଇଭର ସହଜରେ ବଡ଼ ବଡ଼ ଅର୍ଡରକୁ ନେଇପାରିବ । ପ୍ରଥମେ ଏହି ପ୍ରକାରର ଅର୍ଡର ଅନେକ ପ୍ରକାର ରେଗୁଲାର ଡେଲିଭରୀ ପାର୍ଟନର୍ସ ପକ୍ଷରୁ ସର୍ଭ କରାଯାଉଥିଲା । ହେଲେ ଏଥିରେ ଗ୍ରାହକଙ୍କ ଅନୁଭବ ଖରାପ ହେଉଥିଲା ।

ଗୋୟଲଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ଆଜି ଆମେ ଭାରତର ପ୍ରଥମ ବଡ଼ ଅର୍ଡର ଦେବାରେ ଉତ୍ସାହିତ ଅଛୁ । ଯେଉଁଥିରେ ଆପଣ ସମସ୍ତ ବଡ଼ ଅର୍ଡରକୁ ସହଜରେ ଦେବା ପାଇଁ ଡିଜାଇନ କରାଯାଇଛି । ଏହା ସଂପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ ଫ୍ଲିଟ ଅଟେ । ଯାହାକୁ ବିଶେଷ ଭାବେ ୫୦ ଲୋକ ପର୍ଯ୍ୟନ୍ତ ଅର୍ଡର ଡିଜାଇନ କରାଯାଇଛି ।

Get real time updates directly on you device, subscribe now.